Odisha Sun Times
ଭୁବନେଶ୍ବର : ରାଜ୍ୟରେ ଗତ ୮ମାସ ଭିତରେ ୧୭ରୁ ଅଧିକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସଂପର୍କିତ ରିପୋର୍ଟ ଆଜି ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏହି ରିପୋର୍ଟକୁ ଗୁରୁତର ସହ ନେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ଆସନ୍ତା ୧ସପ୍ତାହ ମଧ୍ୟରେ ଏ ସଂପର୍କିତ ସବିଶେଷ ରିପୋର୍ଟ ଦେବାକୁ ମନ୍ତ୍ରୀ ଶ୍ରୀ ଦାସ ବିଭାଗକୁ ଚିଠି ଲେଖିଛନ୍ତି। ଦୁର୍ଘଟଣାରେ ମୃତାହତ ହୋଇଥିବା ଲୋକ, କ୍ଷତିଗ୍ରସ୍ତ ହୋଇଥିବା ଗାଡ଼ି ଓ କ୍ଷତିପୂରଣ ସଂକ୍ରାନ୍ତରେ ଦିଆଯାଇଥିବା ସହାୟତା ସଂପର୍କରେ ତଥ୍ୟ ପ୍ରଦାନ କରିବା ପାଇଁ ଶ୍ରୀ ଦାସ ଏଥିରେ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖ ଯେ, ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ଏଥିରେ ଯାଉଥିବା କର୍ମଚାରୀଙ୍କ ସମେତ ରୋଗୀ ଓ ଗାଡ଼ି ଚାଳକ ମୃତାହତ ହେଉଥିବା ନଜରକୁ ଆସିଛି। ଏହାସହ ଆମ୍ବୁଲାନ୍ସକୁ ସଜାଡ଼ିବା ବାହାନାରେ ମଧ୍ୟ ଦୀର୍ଘଦିନ ଗଡ଼ି ଯାଉଛି। ଅଥରାଇଜ୍ଡ ସର୍ଭିସ୍ ସେଣ୍ଟରରେ ଯନ୍ତ୍ରପାତିର ଅଭାବ ଯୋଗୁଁ ମରାମତିରେ ବିଳମ୍ବ ହେଉଥିବା ୧୦୮ ଆମ୍ବୁଲାନ୍ସ କର୍ତୃପକ୍ଷ କହୁଛନ୍ତି। ତେବେ ଏସବୁ ଭିତରେ ଯେଉଁ ଜିଲ୍ଲାରେ କମ୍ ସଂଖ୍ୟକ ଆମ୍ବୁଲାନ୍ସ ଚାଲୁଛି ସେସବୁ ଜିଲ୍ଲାଗୁଡ଼ିକରେ ଲୋକମାନେ ଜରୁରୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।
Follow Us