ସିବିନେଟ୍ ଓ ଟ୍ରୁନେଟକୁ ଆଇସିଏମ୍ଆରର ଅନୁମତି ଦାବି କଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ

ଦେଶର ସବୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଭିଡିଓ କନ୍ଫରେନ୍ସରେ ଆଲୋଚନା

ସିବିନେଟ୍ ଓ ଟ୍ରୁନେଟକୁ ଆଇସିଏମ୍ଆରର ଅନୁମତି ଦାବି କଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା: ଦେଶର ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହିତ କୋରନା ମୁକାବିଲା ନେଇ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଆଲୋଚନା କରିଥିଲେ। ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଏନ୍ଆଇସି କେନ୍ଦ୍ରରେ ଏହି ଭିଡଓ କନ୍ଫରେନ୍ସରେ ଯୋଗ ଦେଇଥିଲେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ।
ଏହି ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ଦାସ ରାଜ୍ୟରେ ବ୍ୟାପକ କୋଭିଡ୍ ରକ୍ତ ପରୀକ୍ଷା ପାଇଁ ସିବିନେଟ୍ ଓ ଟ୍ରୁନେଟକୁ ଆଇସିଆର୍ ତୁରନ୍ତ ଅନୁମତି ଦେବା ସହିତ ତାର ଗାଇଡଲାଇନରେ କୋହଳ କରୁ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କଠାରେ ଦାବି କରିଛନ୍ତି। ଏହା ବ୍ୟତୀତ କେନ୍ଦ୍ର ସରକାର ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ସମସ୍ୟାକୁ ଗୁରୁତ୍ବର ସହିତ ସମାଧାନ କରିବାକୁ ଅନୁରୋଧ କରିଥିଲେ। ଏହି ଶ୍ରମିକମାନଙ୍କ ମଧ୍ୟରୁ ଯେଉଁମାନେ ନିଜ ରାଜ୍ୟକୁ ଫେରିବାକୁ ଚାହଁଛନ୍ତି, ସେମାନଙ୍କ କୋଭିଡ୍ ପରୀକ୍ଷା କରିବାର ବ୍ୟବସ୍ଥା କରି ତାଙ୍କୁ ପ୍ରମାଣପତ୍ର ଦେଇ ତାଙ୍କର ଫେରିବା ବ୍ୟବସ୍ଥା ମଧ୍ୟ କରାଯିବାକୁ ଦାବି କରିଥିଲେ। ଏଥିପାଇଁ ବିଭିନ୍ନ ରାଜ୍ୟକୁ ଆବଶ୍ୟକ ପରୀକ୍ଷଣ କିଟ୍ ମଧ୍ୟ କେନ୍ଦ୍ର ସରକାର ଯୋଗାଇଦେବାକୁ ଅନୁରୋଧ କରିଥିଲେ। ଏହି ସମସ୍ୟା ସମାଧାନ ପାଇଁ ଏକ ଅନ୍ତଃରାଜ୍ୟ ଓ ଅନ୍ତଃସୀମା ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯିବାକୁ ମନ୍ତ୍ରୀ ଶ୍ରୀ ଦାସ ପ୍ରସ୍ତାବ ଦେଇଛନ୍ତି।

ଓଡ଼ିଶାରେ ଔଷଧ ଓ ସ୍ବାସ୍ଥ୍ୟ ଉପକରଣ ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ଫାର୍ମାସିଟିକାଲ ଜୋନ୍ ପ୍ରତିଷ୍ଠା, ଜାତୀୟ ଔଷଧ ବିତରଣ ନିୟମ ପ୍ରଣୟନ, ଓଡ଼ିଶାରେ ଜାତୀୟ ସ୍ବାସ୍ଥ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରାଯାଇ ସ୍ବାସ୍ଥ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ସ୍ବତନ୍ତ୍ର ତାଲିମ ଦେଇ ଏକ ଟିମ୍ ପ୍ରସ୍ତୁତ କରାଯିବା ଉପରେ ଗୁରୁତ୍ବ ଦେଇଛନ୍ତି। ଏହାଛଡ଼ା ରାଜ୍ୟରେ ସମନ୍ବିତ ସ୍ବାସ୍ଥ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇ ସ୍ବାସ୍ଥ୍ୟସେବା ସମ୍ପର୍କିତ ବହୁବିଧ ବିଭାଗର ଗବେଷଣା କରାଯିବାକୁ ପ୍ରସ୍ତାବ ଦେଇଥିଲେ।

ସେହିପରି କେନ୍ଦ୍ରୀୟ ମେଡିକାଲ ଉପକରଣ କ୍ରୟ ନିମନ୍ତେ ଏକ ସ୍ବତନ୍ତ୍ର ସଂସ୍ଥା ରାଜ୍ୟରେ ପ୍ରତିଷ୍ଠା କରାଗଲେ ଔଷଧ, ସ୍ବାସ୍ଥ୍ୟ ଉପକରଣର ଓ ଅନ୍ୟାନ୍ୟ ଆବଶ୍ୟକ ମେଡିକାଲ ଯନ୍ତ୍ରପାତି ସାଧାରଣ ମାନକ ମୁତାବକ ସଂଗ୍ରହ କରାଯିବା ସହଜସାଧ୍ୟ ହୋଇପାରନ୍ତା ବୋଲି ମନ୍ତ୍ରୀ କହିଥିଲେ। ରାଜ୍ୟରେ ଜାତୀୟ ଫାର୍ମାସିଟିକାଲ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଓ ନୂତନ ଜାତୀୟ ମାନବ ସମ୍ବଳ ପରିଚାଳନା ନିୟମ ଅଣାଯିବା ଉପରେ ମଧ୍ୟ ମନ୍ତ୍ରୀ ଶ୍ରୀ ଦାସ ଦାବି ଉପସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe