ଆସନ୍ତାକାଲିଠାରୁ ଭିମ୍‌ସାର୍‌ରେ ପୁଲ୍ ଟେଷ୍ଟ୍, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଆସନ୍ତାକାଲିଠାରୁ ଭିମ୍‌ସାର୍‌ରେ ପୁଲ୍ ଟେଷ୍ଟ୍, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

image source--new indian express

ସମ୍ବଲପୁର: ବୁର୍ଲା ଭିମ୍‌ସାର୍‌ରେ ଆସନ୍ତାକାଲିଠାରୁ କୋଭିଡ୍-୧୯ ପରୀକ୍ଷଣ କେନ୍ଦ୍ରରେ ପୁଲ୍ ଟେଷ୍ଟ୍ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ସେ ଆଜି ଭିମ୍‌ସାର୍‌ରେ ସ୍ଥିତିର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି। ଏଠାରେ ଦୁଇଟି ସିଫ୍ଟରେ ପ୍ରତିଦିନ ୯୦ଜଣଙ୍କର ପରୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ପ୍ରତି ସିଫ୍ଟରେ ୪୫ଜଣଙ୍କର ପରୀକ୍ଷା କରାଯିବ। ଏଥିଲାଗି ରାଉରକେଲାର ଏନଆଇଟିରୁ ଆଉ ଦୁଇଟି  ପିସିଆର୍ ମେସିନ୍ ମଗାଯାଇଛି ଏବଂ ତାହା ଆସିଲେ ଅଧିକ ସଂଖ୍ୟକ ପୁଲ୍ ଟେଷ୍ଟ୍ କରାଯାଇପାରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

publive-image

ସୂଚନାଯୋଗ୍ୟ, ଓଡ଼ିଶାର ସମସ୍ତ ମେଡିକାଲ୍‌ କଲେଜ୍‌ରେ କୋଭିଡ୍ ପରୀକ୍ଷା ପାଇଁ ଅନୁମତି ଦେବାକୁ ସେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ବୋଲି ଆଗରୁ କହିଥିଲେ। ବର୍ତ୍ତମାନ କେନ୍ଦ୍ର ସରକାର ଏଥିପାଇଁ ଥିବା ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ କରିଛନ୍ତି। ଏବେ ଏଥିପାଇଁ ଆଉ ଆଇସିଏମ୍‌ଆର୍‌ର ଅନୁମତି ଲୋଡ଼ା ନାହିଁ। କେନ୍ଦ୍ର ସରକାର ଅନୁମତି ଦେବା ପାଇଁ ଏମ୍‌ସ ନିର୍ଦ୍ଦେଶକଙ୍କୁ ଅଧୀକୃତ କରିଛନ୍ତି। ଭିମ୍‌ସାର୍‌ରେ କୋଭିଡ୍ ପରୀକ୍ଷଣ ପାଇଁ ସମସ୍ତ ଯନ୍ତ୍ରପାତି ପହଞ୍ଚି ସାରିଛି ବୋଲି ସେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe