ଭିମ୍‌ସାରରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା: ସରକାର ତୁଲାଇବେ ଚକ୍ଷୁ ସଂକ୍ରମିତଙ୍କ ଚିକିତ୍ସା ଖର୍ଚ୍ଚ

Advertisment
ଭିମ୍‌ସାରରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା: ସରକାର ତୁଲାଇବେ ଚକ୍ଷୁ ସଂକ୍ରମିତଙ୍କ ଚିକିତ୍ସା ଖର୍ଚ୍ଚ

ସମ୍ବଲପୁର: ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ସମ୍ବଲପୁର ଗସ୍ତରେ ଆସି ଭିମ୍‌ସାରରେ ଚିକିତ୍ସିତ ହେଉଥିବା ଅନୁଗୁଳ ଜିଲ୍ଲାର ଦୁଇ ଚକ୍ଷୁ ସଂକ୍ରମିତ ରୋଗୀଙ୍କୁ ଭେଟିଛନ୍ତି। ରୋଗୀଙ୍କ ସହିତ କଥାବାର୍ତ୍ତା କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଉତ୍ତମ ଚିକିତ୍ସାର ଆଶ୍ବାସନା ଦେବାସହ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି। ଏ ନେଇ ମନ୍ତ୍ରୀ ଭିମ୍‌ସାର କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ମନ୍ତ୍ରୀ ଡ.ମହାଲିଙ୍ଗ ବୁର୍ଲା ଭିମ୍‌ସାର ପରିଦର୍ଶନ ବେଳେ ଜରୁରୀକାଳୀନ ଓଟି, ଆଶୁଚିକିତ୍ସା ବିଭାଗକୁ ଯାଇ ରୋଗୀଙ୍କ ପାଇଁ ଉପଲବ୍ଧ ଜରୁରୀକାଳୀନ ସେବା ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ପରେ ଭିମ୍‌ସାର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଥିଲେ।

ବୈଠକରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଭିମ୍‌ସାର୍‌ର ଭାରପ୍ରାପ୍ତ ନିର୍ଦ୍ଦେଶକ ଡା.ଭାବଗ୍ରାହୀ ରଥ, ଡାକ୍ତରଖାନା ଅଧୀକ୍ଷକ ଡା.ଲାଲମୋହନ ନାୟକଙ୍କ ସହ ସମସ୍ତ ବିଭାଗୀୟ ମୁଖ୍ୟ ଓ ପ୍ରଫେସର ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଡ. ମହାଲିଙ୍ଗ କହିଛନ୍ତି, ଭିମ୍‌ସାରରେ ଥିବା ସମସ୍ତ ଚିକିତ୍ସା ବ୍ୟବସ୍ଥାଗୁଡ଼ିକ ବିଷୟରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତି ବିଷୟରେ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe