ବାତ୍ୟା ପ୍ରଭାବିତ ଅଞ୍ଚଳରେ ଝାଡ଼ାବାନ୍ତି 

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଝାଡ଼ାବାନ୍ତି 

CBC.ca

ପୁରୀ: ବାତ୍ୟାର ୪ ଦିନ ପରେ ବି ସୁଧୁରିନି ସ୍ଥିତି। ଚାରିଆଡ଼େ ପଡ଼ିଛି କୁଢକୁଢ ଆବର୍ଜନା।  ଉପୁଡ଼ି ପଡ଼ିଥିବା ଗଛ, ଭଙ୍ଗା ଘର, ମଲା ପଶୁପକ୍ଷୀ ସବୁ ଇଆଡେ ସିଆଡେ ଖେଳେଇ ପଡ଼ିଛନ୍ତି। ଧୀରେ ଧୀରେ ଏସବୁ ପଚି ଗନ୍ଧ ହେବା ଆରମ୍ଭ ହେଲାଣି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ବଚ୍ଛ ପାଣି ମିଳୁନାହିଁ। ପ୍ରଦୂଷିତ ପାଣି ପିଇ ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହେଲେଣି। ବ୍ରହ୍ମଗିରି ଥାନା ପଲଙ୍କ ଗାଁରେ ଝାଡ଼ାବାନ୍ତିରେ ୬ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କେବଳ ପଲଙ୍କ ନୁହେଁ, ବିଭିନ୍ନ ଗାଁର ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ସହରଠୁ ଗାଁ, ସବୁଠାରେ ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି।

ପୁରୀ ସହରରେ ଏ ପର୍ଯ୍ୟନ୍ତ ଆବର୍ଜନା ସଫା ହୋଇ ପାରିନାହିଁ। ଗଳିକନ୍ଦିରୁ ଗଛ କଟାଯାଇଛି ସତ, ହେଲେ ନଳାରୁ ଆବର୍ଜନା ଉଠା ଯାଇନଥିବାରୁ ସେଗୁଡ଼ିକ ପଚି ପ୍ରଦୂଷଣ ସୃଷ୍ଟି କଲାଣି। ସାହି ଗଳିରେ ଏବେ ଦୁର୍ଗନ୍ଧ ଭରିଗଲାଣି। ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା ନ ହେଲେ ଏହା ମହାମାରୀ ଆଡ଼କୁ ଟାଣିବ ବୋଲି ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଆଶଙ୍କା କରିଛନ୍ତି। ସହରଠୁ ଗାଁ ଗୁଡ଼ିକର ସ୍ଥିତି ଆହୁରି ସଂଗିନ। ପୁରୀଠାରୁ ଦହିଖିଆ ପୋଲ ପର୍ଯ୍ୟନ୍ତ ବିଭିନ୍ନ ଗାଁରେ ବହୁ ଗଛ ଭାଙ୍ଗି ପଡ଼ିଛି। ଏହାବ୍ୟତୀତ ଗାଁ ପାଖ ବାଡ଼ିବଗିଚାରେ ଗାଈଗୋରୁ, ଛେଳି, ମେଣ୍ଢା, କୁକୁଡ଼ା ଆଦି ପଶୁପକ୍ଷୀ ମରିଛନ୍ତି। ସେଗୁଡ଼ିକୁ ବାହାର କରାଯାଇନାହିଁ। ସରକାର କରିବେ ବୋଲି ଲୋକେ ଅପେକ୍ଷା କରି ବସିଛନ୍ତି। ଯାହା ଏହା ଏବେ ମହାମାରୀକୁ ଆମନ୍ତ୍ରଣ କଲାଣି। ସେପଟେ ଗାଁ ଗୁଡ଼ିକରେ ସରକାରୀ ବାବୁ ମାନଙ୍କର ଦେଖା ମିଳୁନି।  ସବୁଠାରୁ ବଡ଼ କଥା ହେଉଛି, ପାଣିର ଅଭାବ। ପ୍ରଶାସନ ପାଣି ଯୋଗାଇ ପାରୁନାହିଁ। ଗାଁ ଲୋକଙ୍କ ଅସନ୍ତୋଷ ଦେଖି ଅଫିସରମାନେ ଦୂରେଇ ରହୁଛନ୍ତି। ଫଳରେ ପରିମଳ ବ୍ୟବସ୍ଥା ସଜାଡ଼ିବା ପାଇଁ ପଦକ୍ଷେପ ନିଆ ଯାଇପାରୁନାହିଁ। ଏପରିକି ପଞ୍ଚାୟତସ୍ତରର ଜନ ପ୍ରତିନିଧିମାନେ ମଧ୍ୟ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଫଳରେ ଗାଁ ଗଣ୍ଡାର ସ୍ଥିତି ଗମ୍ଭୀର ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe