ପୁରୀରେ ଝାଡ଼ାବାନ୍ତି, ୩୦୦ ଆକ୍ରାନ୍ତ, ଡାକ୍ତରଖାନାରେ ୨୫୭

Advertisment
ପୁରୀରେ ଝାଡ଼ାବାନ୍ତି, ୩୦୦ ଆକ୍ରାନ୍ତ, ଡାକ୍ତରଖାନାରେ ୨୫୭

ପୁରୀ: ବାତ୍ୟା ‘ଫନି’ ପରେ ପୁରୀରେ ଏବେ ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି। ପୁରୀ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଝାଡ଼ାବାନ୍ତି ଅଣାୟତ୍ତ ହୋଇ ପଡ଼ିଲାଣି। ସୂଚନା ମୁତାବକ, ମଙ୍ଗଳବାର ଦିନ ପୁରୀ ରେଡ଼କ୍ରସ୍‌ ରୋଡ୍‌ସ୍ଥିତ ସଂକ୍ରାମକ ରୋଗ ଚିକିତ୍ସା କେନ୍ଦ୍ର (ଆଇଡି ହସ୍ପିଟାଲ)ରେ ଦୁଇ ଶହ ଝାଡ଼ାବାନ୍ତି ରୋଗୀ ଚିକିତ୍ସାଧୀନ ରହିଛନ୍ତି। ଅଧିକାଂଶ ରୋଗୀ ଦୂଷିତ ପାନୀୟ ଜଳ ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେହିପରି କଲେରା ହସ୍ପିଟାଲରେ ୫୭ ଜଣ ଝାଡ଼ାବାନ୍ତି ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ‌ହୋଇଛନ୍ତି। ଗତକାଲି ୮୦ ରୋଗୀ ଭର୍ତ୍ତି ହୋଇଥିବା ବେଳେ ରବିବାର ୯୦ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପ୍ରତିଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଡାକ୍ତରଖାନାରେ ସ୍ଥାନାଭାବ ଯୋଗୁ ରୋଗୀ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି। ପୁରୀ ଜିଲ୍ଲାର ସତ୍ୟବାଦୀ, କଣାସ, ଡେଲାଙ୍ଗ, ନିମାପଡ଼ା, ପୁରୀ ସଦର, ବ୍ରହ୍ମଗିରି ଓ ପୁରୀ ସହରର ବିଭିନ୍ନ ସାହିବସ୍ତିରୁ ଝାଡ଼ାବାନ୍ତି ରୋଗୀଙ୍କ ସୁଅ ଛୁଟିଛି। ଆକ୍ରାନ୍ତ ରୋଗୀଙ୍କ ପେଟ ମୋଡ଼ିବା ସହ ଲଗାତର ବାନ୍ତି ହେଉଛି। ଦୂଷିତ ପାଣି ପିଇବା କାରଣରୁ ଝାଡ଼ାବାନ୍ତି ବ୍ୟାପୁଥିବା ଡାକ୍ତର କହିଛନ୍ତି। ଝାଡ଼ାବାନ୍ତି ବ୍ୟାପୁଥିବା ଅଞ୍ଚଳରେ ମେଡିକାଲ ଟିମ୍‌ ପହଞ୍ଚୁନଥିବାରୁ ସ୍ଥିତି ଉତ୍କଟ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe