୧୮୪ ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ୭ଜଣଙ୍କ ରିପୋର୍ଟ ପଜିଟିଭ

Advertisment
୧୮୪ ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ୭ଜଣଙ୍କ ରିପୋର୍ଟ ପଜିଟିଭ

India Times

ଭୁବନେଶ୍ବର: ବ୍ରିଟେନରୁ ୧୮୪ ଜଣ ଓଡ଼ିଶାକୁ ଫେରିଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ  ୧୮୪ ଜଣଙ୍କ ମଧ୍ୟରୁ ୭ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହି ୭ ଜଣଙ୍କ ଠାରେ କୋଭିଡ ଭାଇରସର ନୂଆ ଷ୍ଟ୍ରେନ୍ ଲକ୍ଷଣ ମିଳିନାହିଁ ବୋଲି ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି। ପଜିଟିଭ ରିପୋର୍ଟ ଥିବା ବ୍ୟକ୍ତିଙ୍କର ଟେଷ୍ଟ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ପୁନେରୁ ଆସିନାହିଁ ବୋଲି ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପୂର୍ବ ନିଷ୍ପତ୍ତି କ୍ରମେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟର ୩୧ଟି ସ୍ଥାନରେ ଆଜି ୧୦ଟା ରୁ ୧୨ଟା ପର୍ଯ୍ୟନ୍ତ କୋଭିଡ ଟିକାକରଣ ଲାଗି ଡ୍ରାଏ ରନ୍ ଚାଲିବ। ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ନେଇ ଡ୍ରାଏ ରନ୍ କରାଯିବ। ଭ୍ୟାକସିନ୍ ପଠାଇବା କେନ୍ଦ୍ର ସରକାରଙ୍କର ଦାୟିତ୍ଵ। ଏଥିଲାଗି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ରାଜ୍ୟରେ ଯେବେ ଟିକା ପହଞ୍ଚିବ ଆମେ ଟିକା ଦେବା ଆରମ୍ଭ କରିବୁ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

କ୍ୟାପିଟାଲ ହସ୍ପିଟାଲରେ କୋଭିଡ-୧୯ ଭ୍ୟାକ୍ସିନେସନ ସେଣ୍ଟରକୁ ଆଜି ଉଦ୍‌ଘାଟନ କରିବା ଅବସରରେ ସେ ଏହା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe