ହାଇକୋର୍ଟରେ ସ୍ବାସ୍ଥ୍ୟ ସଚିବଙ୍କ ସତ୍ୟପାଠ: ଜୁଲାଇ ୧୫ ସୁଦ୍ଧା ପ୍ରାଣ ହରାଇଛନ୍ତି ୪୯୨୫

Advertisment

ରାଜ୍ୟରେ କରୋନା ମୃତ୍ୟୁ ଘଟଣା ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୪୯, ଦେବଗଡ଼ରେ ସର୍ବନିମ୍ନ ୩୫

ରାଜ୍ୟରେ କରୋନା ମୃତ୍ୟୁ ଘଟଣା ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୪୯, ଦେବଗଡ଼ରେ ସର୍ବନିମ୍ନ ୩୫

ଉଚ୍ଛେଦ ହୋଇଛି ବେଆଇନ ଭାବେ ନିର୍ମାଣ କରାଯାଇଥିବା ୧୯୮୨ ଧର୍ମାନୁଷ୍ଠାନ

Odisha Bytes

କଟକ: କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ପ୍ରସଂଗରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ। ଏହି ସତ୍ୟପାଠ ସହିତ ସବୁ ଜିଲ୍ଲାରେ ଯାଞ୍ଚ ପରର କରୋନା ଜନିତ ମୃତ୍ୟୁ ସଂଖ୍ୟା ସ୍ଥିତି (ଅଡିଟେଡ୍ ଡେଥ୍ ପୋଜିସନ୍) ସଂକ୍ରାନ୍ତରେ ସବିଶେଷ ତଥ୍ୟ ଦାଖଲ କରାଯାଇଛି।

ସତ୍ୟପାଠ ଅନୁଯାୟୀ ଜୁଲାଇ ୧୫ ତାରିଖ ସୁଦ୍ଧା ସାରା ରାଜ୍ୟରେ ୪ ହଜାର ୯୨୫ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ରାଜ୍ୟର ସର୍ବାଧିକ ୮୪୯ ଜଣ କରୋନାରେ ପ୍ରାଣ ହରାଇଥିବା ଏହି ତଥ୍ୟରେ ଉଲ୍ଲେଖ କରାଯାଇଛି। ସେହିଭଳି ଅନୁଗୁଳରେ ୧୯୭, ବାଲେଶ୍ବରରେ ୧୫୩, ବରଗଡ଼ରେ ୨୩୭, ଭଦ୍ରକରେ ୫୬, ବଲାଙ୍ଗୀରରେ ୮୮, ବୌଦ୍ଧରେ ୮୯, କଟକରେ ୩୧୧, ଦେବଗଡ଼ରେ ୩୫, ଢେଙ୍କାନାଳରେ ୧୦୧, ଗଜପତିରେ ୭୬, ଗଞ୍ଜାମରେ ୪୦୦, ଜଗତସିଂହପୁରରେ ୮୫, ଯାଜପୁରରେ ୫୬, ଝାରସୁଗୁଡ଼ାରେ ୧୩୬, କଳାହାଣ୍ଡିରେ ୧୯୧, କନ୍ଧମାଳରେ ୫୯, କେନ୍ଦ୍ରାପଡ଼ାରେ ୧୦୭, କେନ୍ଦୁଝରରେ ୯୨, ‌କୋରାପୁଟରେ ୬୭, ମାଲକାନଗିରିରେ ୪୨, ମୟୂରଭଞ୍ଜରେ ୧୭୦, ନବରଙ୍ଗପୁରରେ ୫୪, ନୟାଗଡ଼ରେ ୧୩୨, ନୂଆପଡ଼ାରେ ୭୩, ପୁରୀରେ ୨୯୬, ରାୟଗଡ଼ାରେ ୧୫୧, ସମ୍ବଲପୁରରେ ୧୫୦, ସୋନପୁରରେ ୪୫, ସୁନ୍ଦରଗଡ଼ରେ ୪୨୭ ଜଣ କରୋନା ସଂକ୍ରମିତ ହୋଇ ମୃତ୍ୟୁମୁଖରେ ପଡିଛନ୍ତି ବୋଲି ସତ୍ୟପାଠ ସହିତ ଦାଖଲ ତଥ୍ୟରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆଇନଜୀବୀ ସୋହନ ମିଶ୍ରଙ୍କ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୮କୁ ଧାର୍ଯ୍ୟ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ କରାଯାଉ ନାହିଁ ଅଭିଯୋଗ କରି ଆଇନଜୀବୀ ନିଶିକାନ୍ତ ମିଶ୍ର ଦାୟର କରିଥିବା ଜନସ୍ବାର୍ଥ ଆବେଦନକୁ ଜୁନ୍ ୨୩ରେ ହାଇକୋର୍ଟ ପିଆଇଏଲ୍ ରୁଲ୍‌ସ ପାଳନ କରାଯାଇ ନଥିବାରୁ ହାଇକୋର୍ଟ ଖାରଜ କରିଥିଲେ। କିନ୍ତୁ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ କରାଯାଉ ନଥିବା ଅଭିଯୋଗ ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଥିଲେ। କରୋନା ସଂକ୍ରମଣ ସ୍ଥିତି ଓ ଟିକାକରଣ ସଂପର୍କିତ ବିଚାରାଧୀନ ଥିବା ସୋହନ ମିଶ୍ରଙ୍କ ତରଫରୁ ଦାୟର ଜନସ୍ବାର୍ଥ ଆବେଦନ ସହିତ ଏହି ପ୍ରସଂଗ ଉପରେ ଶୁଣାଣି ପାଇଁ ହାଇକୋର୍ଟ ଜୁନ୍ ୨୩ରେ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ଜିଲ୍ଲାରେ କରୋନା ସଂକ୍ରମଣ ମୃତ୍ୟୁର କଣ ସ୍ଥିତି ରହିଛି ସେ ନେଇ ସବିଶେଷ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe