ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅଫିସ ପରିସରରେ ସୋମବାର ବୌଦ୍ଧ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଅଂଚଳରୁ ୫୧ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ୪୬ଟି ବ୍ୟକ୍ତିଗତ, ୫ଟି ସାମୂହିକ ଅଭିଯୋଗ ରହିଥିଲା।
ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ୨୯ଟି ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏସ୍ପି ପ୍ରହଲ୍ଲାଦ ସହାୟ ମୀନା, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ବିନୀ ମେହେର, ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ତହସିଲଦାର ଶମ୍ଭୁଭୂଷଣ ମିଶ୍ରଙ୍କ ସହିତ ଜିଲ୍ଲାସ୍ତରୀୟ ପଦାଧିକାରୀ ସାମିଲ ଥିଲେ।
Follow Us