ବୀରମହାରାଜପୁରରେ ଯୁଗ୍ମ ଅଭିଯୋଗ ଶୁଣାଣି

୫୬ ଅଭିଯୋଗ ଗ୍ରହଣ, ୪୨ଟିର ତୁରନ୍ତ ସମାଧାନ

ବୀରମହାରାଜପୁରରେ ଯୁଗ୍ମ ଅଭିଯୋଗ ଶୁଣାଣି

Twitter

ବୀରମହାରାଜପୁର: ବୀରମହାରାଜପୁର ବ୍ଲକ୍‌ ଅଫିସ୍‌ ସଭା ଗୃହରେ ସୋମବାର ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲପାଳ ଅବୋଲୀ ସୁନୀଲ ନରୱଣେ ଓ ଏସ୍‌ପି ଅମରେଶ ପଣ୍ଡା ଯୋଗ ଦେଇ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟାର ଶୁଣାଣି କରିଥିଲେ। ଶିବିରରେ ୪୨ଟି ବ୍ୟକ୍ତିଗତ ଓ ୧୪ଟି ସାମୂହିକକୁ ମିଶାଇ ମୋଟ ୫୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥି ମଧ୍ୟରୁ ଶିବିରରେ ୩୯ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୧୭ଟି ଅଭିଯୋଗକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାଧାନ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ସେହିପରି ଶିବିରରେ ପିତାମହୁଲ ଗ୍ରାମର ଭିନ୍ନକ୍ଷମ ଦଶରଥ ମହାକୁଡ଼ଙ୍କୁ ଜିଲ୍ଲାପାଳ ତିନିଚକିଆ ସାଇକଲ ପ୍ରଦାନ କରି କରିଥିଲେ। ରଥପୁର ନିବାସୀ ସ୍ବର୍ଗତ ଜଗଦୀଶ ଗାଈଗରିଆଙ୍କ ପତ୍ନୀ ଗୀତାଞ୍ଜଳି ଗାଈଗରିଆଙ୍କୁ ବିଧବା ଭତ୍ତା ସହାୟତାରେ ସାମିଲ କରାଯାଇ ମାସିକ ୫ ଶହ ଟଙ୍କା ପ୍ରଦାନ ବ୍ୟବସ୍ଥା କରାଯାଇଛି।

ଏହା ସହ ଗୀତାଞ୍ଜଳିଙ୍କୁ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ବୀରମହାରାଜପୁର ବିଡିଓ ମୋତିଲାଲ ସୁଲିଆଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଉନ୍ନୟନ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ବୀରମହାରାଜପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତି ଲୁହାଙ୍କ ସମେତ  ଜିଲ୍ଳାସ୍ତରୀୟ ଅଧିକାରୀ, ତହସିଲଦାର ବିବୁଧ ଗଡ଼ନାୟକ, ଏସ୍‌ଡିପିଓ ଡୋଳାମଣି ଭୋଇ, ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ, ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe