କଟକ : ୨୦୧୬ରେ ସଂଘଟିତ ପାରାଦୀପ ତାରିଣୀଛକ ଗୁଳିକାଣ୍ଡ ମାମଲାରେ ଓଡିଶା ଷ୍ଟିଭେଡୋର୍ସ ଲିମିଟେଡ(ଓଏସ୍ଏଲ୍)ର ମୁଖ୍ୟ ଶିଳ୍ପପତି ମହିମାନନ୍ଦ ମିଶ୍ର ଦାୟର କରିଥିବା ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଘୁଞ୍ଚିଛି। ଜଷ୍ଟିସ ବି.କେ.ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ମିଶ୍ରଙ୍କ ଜାମିନ ଆବେଦନର ଶୁଣାଣି ଅନ୍ୟ ଖଣ୍ଡପୀଠରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ମାମଲାରେ ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୧୭, ଜୁନ୍ ୮ରେ ଶ୍ରୀ ମିଶ୍ରଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ସୂଚନାଯୋଗ୍ୟ ଯେ ତାରିଣୀଛକ ଗୁଳିମାଡ ଘଟଣାରେ ଶ୍ରୀ ମିଶ୍ର ଜାମିନ ପାଇଁ ଦ୍ୱିତୀୟ ଥର ହାଇକୋର୍ଟରେ ଆବେଦନ କରିଛନ୍ତି।
ମହିମା ମିଶ୍ରଙ୍କ ଜାମିନ ଶୁଣାଣି ଘୁଞ୍ଚିଲା
Advertisment
Follow Us