ଦାଦନ ଦୁଃଖ: ତାମିଲନାଡ଼ୁରେ ଗଞ୍ଜାମର ୮ ଯୁବକ ନିର୍ଯାତିତ

Advertisment

ଗଞ୍ଜାମ ଜିଲ୍ଲାକୁ ଦାଦନ ଦୁଃଖ ପିଛା ଛାଡ଼ୁନି। ପରିବାର ପ୍ରତିପୋଷଣ ପାଇଁ ଜିଲ୍ଲାରୁ ପ୍ରତିଦିନ ଶହ ଶହ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ବିଭିନ୍ନ ସମୟରେ ସେଠାରେ ସେମାନେ ନିର୍ଯାତନାର ଶିକାର ହେଉଥିବା...

ଗଞ୍ଜାମ ଜିଲ୍ଲାକୁ ଦାଦନ ଦୁଃଖ ପିଛା ଛାଡ଼ୁନି। ପରିବାର ପ୍ରତିପୋଷଣ ପାଇଁ ଜିଲ୍ଲାରୁ ପ୍ରତିଦିନ ଶହ ଶହ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ବିଭିନ୍ନ ସମୟରେ ସେଠାରେ ସେମାନେ ନିର୍ଯାତନାର ଶିକାର ହେଉଥିବା...

ffssffs

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲାକୁ ଦାଦନ ଦୁଃଖ ପିଛା ଛାଡ଼ୁନି। ପରିବାର ପ୍ରତିପୋଷଣ ପାଇଁ ଜିଲ୍ଲାରୁ ପ୍ରତିଦିନ ଶହ ଶହ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ବିଭିନ୍ନ ସମୟରେ ସେଠାରେ ସେମାନେ ନିର୍ଯାତନାର ଶିକାର ହେଉଥିବା ବେଳେ ଆଉ କେତେବେଳେ ପ୍ରାଣ ମଧ୍ୟ ହରାଉଥିବା ଖବର ଆସୁଛି। ଏବେ ପୁଣି ଏଭଳି ଏକ ଘଟଣା ନଜରକୁ ଆସିଛି ତାମିଲନାଡ଼ୁରୁ। ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଇଥିବା ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ କାଳିମେଘି ପଞ୍ଚାୟତ ଲୁହାକୋଟ ଗ୍ରାମର ୮ଜଣ ଯୁବକ ଆକ୍ରମଣ ଓ ନିର୍ଯାତନାର ଶିକାର ହୋଇଛନ୍ତି। ବଡ଼ କଷ୍ଟରେ କିଛି ଟଙ୍କା ଯୋଗାଡ଼ କରି ସେମାନେ ଘରକୁ ଫେରିଛନ୍ତି। ସୂଚନା ଅନୁସାରେ, ଲୁହାକୋଟ ଗ୍ରାମର ୮ ଜଣ ଯୁବକ ଜଣେ ଦଲାଲ୍‌ଙ୍କ ପ୍ରରୋଚନାରେ କିଛିଦିନ ତଳେ ତାମିଲନାଡୁର ଏକ ପାଉଁରୁଟି କମ୍ପାନିରେ କାମ କରିବାକୁ ଯାଇଥିଲେ। କମ୍ପାନିରେ ପହଞ୍ଚିବା ପରେ ଦଲାଲ୍ ଚମ୍ପଟ ମାରିଥିଲା।

ବୁଝାବୁଝି ପରେ ଜଣାପଡ଼ିଥିଲା ଯେ ଦଲାଲ୍‌ ଜଣକ କମ୍ପାନି ମ୍ୟାନେଜରଙ୍କଠାରୁ ଅଗ୍ରୀମ ୧ ଲକ୍ଷ ୨୦ ହଜାର ଟଙ୍କା ନେଇ ଯାଇଛନ୍ତି। ଏଣୁ କମ୍ପାନି ପକ୍ଷରୁ ପ୍ରଥମେ ସେହି ଟଙ୍କା ପରିଶୋଧ କରିବାକୁ ଚାପ ପକାଯାଇ ମାଗଣାରେ କାମ କରିବାକୁ କୁହାଯାଇଥିଲା। ତେବେ ଶ୍ରମିକମାନେ ଏଥିରେ ରାଜି ନହେବାରୁ କମ୍ପାନିର କର୍ମଚାରୀ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅକଥନୀୟ ନିର୍ଯାତନା ଦେଇଥିବା ଯୁବକମାନେ ଅଭିଯୋଗ କରିଛନ୍ତି। ଟଙ୍କା ନ ଦେଲେ ଘରକୁ ଫେରି ପାରିବନି ବୋଲି ଧମକ ମିଳିଥିବା ଯୁବକମାନେ କହିଛନ୍ତି। ଶେଷରେ ବାଧ୍ୟ ହୋଇ ୮ଜଣ ଯୁବକ ଘଟଣା ସମ୍ପର୍କରେ ପରିବାରବର୍ଗଙ୍କୁ ଜଣାଇଥିଲେ। ପରିବାର ଲୋକେ ଘରଡିହ, ସୁନା ଅଳଙ୍କାର ବନ୍ଧା ପକାଇ ଟଙ୍କା ପଠାଇଥିଲେ। ଜଣେ ସହୃଦୟ ବ୍ୟକ୍ତି ସମସ୍ତଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଦେବା ପରେ ବହୁ କଷ୍ଟରେ ଟ୍ରେନ୍‌ରେ ସେମାନେ ଘରକୁ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe