ଏପ୍ରିଲ ଅଧାରୁ ମୁଣ୍ଡଫଟା ତାତି, ୪୦ ଡିଗ୍ରୀ ପାରଦ ଉପରେ ରାଜ୍ୟର ୧୨ ସହର

Advertisment
୧୩ ତାରିଖ ପରେ ବଢ଼ିବ ଦିନ ତାପମାତ୍ରା

Farmers' Almanac

ଭୁବନେଶ୍ୱର: ଜଳୁଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରକୁ ଛୁଇଁଛି | ଭୁବନେଶ୍ୱର ଓ ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି | ସେହିପରି ବଲାଙ୍ଗୀରରେ ୪୧.୨ ଡିଗ୍ରୀ ସେଲସିୟସ ଓ ବାରିପଦାରେ ୪୧ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି | ତେବ‌େ ୧୫ ଓ ୧୬ ତାରିଖରେ ଉପକୂଳ ଓଡ଼ିଶା‌ର ଅଳ୍ପ କେତେକ ଜାଗାରେ ପାଗ ମେଘୁଆ ରହିବା ସହ କାଳବୈଶାଖୀ ସମ୍ଭାବନା ଥିବାରୁ ସ୍ଥିତି ବଦଳିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ବିଶିଷ୍ଟ ପାଣିପାଗ ବିଜ୍ଞାନ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ଅନୁଯାୟୀ ମଙ୍ଗଳବାର ଆଡ଼କୁ ଭୁବ‌ନେଶ୍ବର ସମେତ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ପ୍ରାୟ ୨ଡିଗ୍ରି କମିବ। ୧୯ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବ। ତେଣୁ ଏହି ସମୟରେ ତାପମାତ୍ରା ୩୮ଡିଗ୍ରି ମଧ୍ୟରେ ସୀମିତ ରହିବ। କିନ୍ତୁ ରାଜ୍ୟର ଅନେକ ସ୍ଥାନରେ ୧୫ ତାରିଖରେ ତାପମାତ୍ରା ୪୦ରୁ ଅଧିକ ରହିବ। ୧୫ରୁ ତାପମାତ୍ରା କ୍ରମଶଃ ବଢ଼ିବା ଯୋଗୁଁ ୧୯ ତାରିଖ ସୁଦ୍ଧା କେତେକ ସ୍ଥାନରେ ପାରଦ ୪୨ ଡିଗ୍ରି ସ୍ପର୍ଶ କରିପାରେ। ଅପରପକ୍ଷେ ୨୦ ତାରିଖରୁ ସାରା ରାଜ୍ୟରେ ପାଗ ପରିବର୍ତ୍ତନ ହେବ। ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ପାଗ ମେଘୁଆ ରହିବା ସହ କାଳବୈଶାଖୀ ବର୍ଷା ହେବ। ଏଣୁ ପାରଦ ସ୍ତର କମି ଚଳିତ ସପ୍ତାହ ଅପେକ୍ଷା କମ୍‌ ରହିବ।

ଅନୁମାନ କରାଯାଉଛି ଯେ ବର୍ତ୍ତମାନ ଅଧିକ ତାତି ଅନୁଭୂତ ହେଉଥିବା ବଲାଙ୍ଗୀର, ଅନୁଗୁଳ ଓ ମାଲକାନଗିରି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିପାରେ। ଆଜି ଘୂର୍ଣ୍ଣିବଳୟ ଯୋଗୁଁ ଉତ୍ତର ଭାରତର ପବନ ଓଡ଼ିଶା ଆସି ସଂଲଗ୍ନ ବଙ୍ଗୋପସାଗର ଦେଇ ପଶ୍ଚିମ ଉପକୂଳକୁ ବହୁଥିଲା। ଆସନ୍ତାକାଲିଠାରୁ ଏଥିରେ କିଛିଟା ପରିବର୍ତ୍ତନ ହେବ। ଦକ୍ଷିଣ ଓଡ଼ିଶାରେ ଦକ୍ଷିଣ ଦିଗରୁ ବଙ୍ଗୋପସାଗରୀୟ ପବନ ବହିବା ବେଳେ ଉତ୍ତର ଓଡ଼ିଶାରେ ଉତ୍ତର ଭାରତ ଆଡ଼ୁ ପବନ ବହିବ। ଏଣୁ ରାଜ୍ୟର ଏହି ଦୁଇ ଭାଗରେ ତାପମାତ୍ରାରେ ପ୍ରଭେଦ ରହିବ ବୋଲି ଶ୍ରୀ ପଶୁପାଳକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe