କଲବଲ କଲାଣି ଖରା: ଅନୁଗୁଳ ସବୁଠୁ ଉତ୍ତପ୍ତ, ୧୨ ସହର ତାପମାତ୍ରା ୩୮ ଡିଗ୍ରି ଉପରେ

Advertisment
ବଦଳିବ ପାଗ: ଆସନ୍ତାକାଲିଠୁ ବଢ଼ିବ ତାପମାତ୍ରା, ୧୪ରୁ ଦୁଇ ଦିନ ପାଇଁ ୟଲୋ ୱାର୍ଣ୍ଣିଂ ଜାରି

European Commission - europa.eu

ଭୁବନେଶ୍ବର : ପ୍ରବଳ ଖରାର ପ୍ରକୋପରେ ପୂରା ରାଜ୍ୟବାସୀ ଅସ୍ତବ୍ୟସ୍ତ। ମଙ୍ଗଳବାର ରାଜ୍ୟର ସର୍ବୋଚ୍ଚ ତାପମାତ୍ରା‌ ୩୯ ଡିଗ୍ରି ପାର କରି ୪୦ ଡିଗ୍ରି ଆଡ଼କୁ ମୁହାଁଇଛି। ୩୯.୭ ଡିଗ୍ରି ତାପମାତ୍ରା ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏଥିସହ ରାଜ୍ୟର ୧୨ସହରର ତାପମାତ୍ରା ୩୮ ଡିଗ୍ରି ବା ତା’ଠାରୁ ଅଧିକ ରହିଛି। ସୋନପୁର ୩୯.୫ ଡିଗ୍ରି, ବାରିପଦା ୩୯.୨ ଡିଗ୍ରି, ଟିଟିଲାଗଡ଼ ଓ ବୌଦ୍ଧରେ ୩୯ ଡିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି। ଏଥିସହ ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୮.୧ ଡିଗ୍ରି ଓ କଟକଠାରେ ୩୮ଡିଗ୍ରି ରେକର୍ଡ ହୋଇଛି। ଆସନ୍ତାକାଲି ରାଜ୍ୟର ପାରଦ ସ୍ତର ୪୦ ଅତିକ୍ରମ କରିବ ବୋଲି ସୂଚନା ମିଳିଛି।

ଆସନ୍ତା ୩ ଦିନ ପ୍ରଚଣ୍ଡ ରୌଦ୍ରତାପ ଜନଜୀବନକୁ ଅସ୍ତବ୍ୟସ୍ତ କରିବ। ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ଓ ସକାଳ ୮ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଅସହ୍ୟ ହେବ। ଏଣୁ ଆସନ୍ତା ୩ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨ରୁ ୩ଦିନ ମଧ୍ୟରେ ରାଜ୍ୟ ତାପମାତ୍ରା ୩ରୁ ୪ଡିଗ୍ରି ବୃଦ୍ଧି ପାଇବ। ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। ଫଳରେ ଖରା ଅସହ୍ୟ ହେବ ବୋଲି କେନ୍ଦ୍ର ସତର୍କ କରିଛି।

କେନ୍ଦ୍ର କହିଛି, ଆସନ୍ତାକାଲି ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ନୟାଗଡ଼, ଖୋର୍ଧା, ବାଲେଶ୍ବର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଛୁଇଁବ। ଗୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତର ଆଶଙ୍କା ବଢ଼ିବ। ଏଣୁ ଖରାକୁ ନ ବାହାରିବାକୁ ପରାମର୍ଶ ଦେଇଛି। ଏଥିସହ ୧୭ ଓ ୧୮ ତାରିଖ ଦିନ ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ନୟାଗଡ଼, ଖୋର୍ଧା, ବାଲେଶ୍ବର ଓ ମୟୂରଭଞ୍ଜ ଆଦି ଜିଲ୍ଲା ସମେତ ସମ୍ବଲପୁର ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe