ଅଂଶୁଘାତ: କେନ୍ଦୁଝରରେ ୪ ମୃତ

Advertisment

ମୃତକଙ୍କ ମଧ୍ୟରେ ରୋଷେୟା, ବୃଦ୍ଧ,ବୃଦ୍ଧା ଓ ଟ୍ରକ୍‌ ଚାଳକ

ମୃତକଙ୍କ ମଧ୍ୟରେ ରୋଷେୟା, ବୃଦ୍ଧ,ବୃଦ୍ଧା ଓ ଟ୍ରକ୍‌ ଚାଳକ

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

PNGkit

ହାଟଡିହି/ତେଲକୋଇ/ବଡ଼ବିଲ/ବାଂଶପାଳ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ କେନ୍ଦୁଝର ଜିଲ୍ଲାରେ ଅଂଶୁଘାତରେ ଆଜି ଚାରିଜଣଙ୍କ ମୃତ୍ୟୁ ଘଟିଛି। ହାଟଡିହି ବ୍ଲକ୍‌ରେ ବିବାହ ଭୋଜିରେ ରୋଷେଇ କରୁଥିବା ସମୟରେ ଜଣେ ରୋଷେୟା ଟଳି ପଡ଼ିଥିବା ବେଳେ ବଡ଼ବିଲରେ ଚଳନ୍ତା ଟ୍ରକ୍‌ରେ ଆଖିବୁଜିଛନ୍ତି ଚାଳକ। ସେହିପରି ‌ତେଲକୋଇ ବ୍ଲକ୍‌ରେ ଜ‌ଣେ ବୃଦ୍ଧ ଓ ବାଂଶପାଳରେ ଜଣେ ବୃଦ୍ଧା ଅଂଶୁଘାତରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି।

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଗିରିଗାଁ ଗ୍ରାମର ଗଦାଧର ତ୍ରିପାଠୀ ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ରୋଷେୟା ଭାବେ ପରିଚିତ। ଗତକାଲି ସେ ନିଜ ଦଳ ସହ ବାହାରିପୁର ଗ୍ରାମକୁ ଏକ ବିବାହ ଭୋଜିରେ ରୋଷେଇ କରିବାକୁ ଯାଇଥିଲେ। ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ରୋଷେଇ କରୁଥିବା ସମୟରେ ଗଦାଧର ହଠାତ୍‌ ତଳେ ପଡ଼ିଯାଇଥିଲେ। ସହକର୍ମୀମାନେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ପଞ୍ଚାୟତ ସିଂକୁଳାବାହାଳ ଗ୍ରାମର ଜଣେ ବୃଦ୍ଧଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଗ୍ରାମର ଦିଲୀପ କୁମାର ନାୟକ (୬୫)। ଗତକାଲି ଅପରାହ୍ନ ୨ଟାବେଳେ ଦିଲୀପ ନିଜ ଆମ୍ବ ବଗିଚାରୁ ଘରକୁ ଫେରୁଥିଲେ। ଗାଁମୁଣ୍ଡ ଜଳଛତ୍ରରୁ ପାଣି ପିଇଥିଲେ। ହଠାତ୍ ସେଠାରେ ସଂଜ୍ଞାହୀନ ହୋଇପଡ଼ିଥିଲା ବେଳେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ତେଲକୋଇ ଥାନା ଆଇଆଇସି ସରୋଜକାନ୍ତ ସାମଲ କହିଛନ୍ତି। ସେହିପରି, ପୁତୁରା ଘରକୁ ଯାଉଥିବା ବେଳେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ନୟାକୋଟ ଥାନା କୁଶକଳାଠାରେ ଟଳିପଡ଼ିଛନ୍ତି ଜଣେ ବୃଦ୍ଧା। ମୃତକ ହେଲେ ଲୁହାକଳା ଗ୍ରାମର ବାସନ ଦେହୁରୀ (୬୩)। ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ, ବଡ଼ବିଲ ଭଦ୍ରାସାହି ନିକଟରେ ଚଳନ୍ତା ଟ୍ରକ୍‌ରେ ଚାଳକଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏକ ଟ୍ରକ୍‌ (ଓଡି-୦୯-ପି-୪୪୮୯ ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ଜିଲିଂ ଖଣିରୁ ଖଣିଜ ବୋଝେଇ କରି ଆଜି ରାଉରକେଲା ଅଭିମୁଖେ ଯାଉଥିଲା। ୫୨୦ ନମ୍ବର ଜାତୀୟ ରାଜପଥର ଭଦ୍ରାସାହି ନିକଟ ବାରବାଙ୍କ ଘାଟିରାସ୍ତାରେ ଟ୍ରକ୍‌ଟି ହଠାତ ୟୁ ଟର୍ଣ୍ଣ ନେଇ ରାସ୍ତା ମଝିରେ ଅଟକି ଯାଇଥିଲା। ନିକଟରେ ଛିଡ଼ା ହୋଇଥିବା ଟ୍ରକ୍‌ ଚାଳକ ଓ ହେଲପର୍‌ ଯାଇ ଦେଖିଲା ବେଳକୁ ଚାଳକ ଷ୍ଟିୟରିଂ ଉପରେ ମୁଣ୍ଡରଖି ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ପୂର୍ବରୁ ଚାଳକ ବ୍ରେକ୍‌ ମାରି ଟ୍ରକ୍‌ ଅଟକାଇଥିଲେ। ଏହିସମୟରେ ରାସ୍ତା‌ରେ କୌଣସି ଗାଡ଼ି ନ ଆସିବା ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe