ଆଗାମୀ ୨୪ ଘଣ୍ଟା ମଧ୍ୟରେ ନୟାଗଡ଼, ଖୋର୍ଦ୍ଧା ଓ କଟକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ 

Advertisment
ତାତିରେ ସିଝୁଛି ସାରା ଓଡ଼ିଶା: ତାତିରେ ସିଝୁଛି ସାରା ଓଡ଼ିଶା

image source-Sambad English

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ନୟାଗଡ଼, ଖୋର୍ଦ୍ଧା ଓ କଟକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

ଏଥିଲାଗି  ସାଧାରଣ ଜନତାଙ୍କ ପାଇଁ କେତେକ ପରାମର୍ଶ ଦିଆଯାଇଛି। ସାଧାରଣ ଜନତାଙ୍କ ପାଇଁ ଉତ୍ତାପ ସହନଶୀଳ କିନ୍ତୁ ଅସୁରକ୍ଷିତ ଲୋକ ଯଥା ଶିଶୁ, ବୃଦ୍ଧ ଏବଂ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଏହା ଅସହ୍ୟ ହୋଇପାରେ। ଏଣୁ ସେମାନେ ଏହି ସମୟରେ ଘରୁ ନ ବାହାରିବା ଲାଗି କୁହାଯାଇଛି। ଏହିସବୁ ଅଞ୍ଚଳରେ ମଧ୍ୟାହ୍ନ ସମୟରେ (ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ) ବାହାରକୁ ଯିବାବେଳେ ଖରା ପାଗ ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe