ଆସନ୍ତାକାଲିଠାରୁ ପୁଣି ବଢିବ ତାତି

Advertisment
ଆସନ୍ତାକାଲିଠାରୁ ପୁଣି ବଢିବ ତାତି

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କମିଛି ତାତି। ଫଳରେ ଆସନ୍ତା ୨୪ ଘଣ୍ଟା ଯାଏ ନାହିଁ ହିଟ ୱେଭ ବା ଗ୍ରୀଷ୍ମ ପ୍ରବାହ। ହେଲେ ଆସନ୍ତାକାଲିଠାରୁ ପୁଣି ରାଜ୍ୟରେ ଜାରି ହେବ ହିଟ ୱେଭ, ବଢିବ ତାତି । ଆଗାମୀ ୫ ଦିନରେ ଖରା ଓ ଗ୍ରୀଷ୍ମପ୍ରବାହ ସହ ବର୍ଷାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ। ଆସନ୍ତାକାଲିଠାରୁ ୨ ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ସହ ଉପକୂଳରେ ପୁଣି ଲାଗିରହିବ ଗୁଳୁଗୁଳି। ୭ ତାରିଖ ଯାଏଁ ଏଭଳି ଗୁଳୁଗୁଳି ଲାଗିରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ଏନେଇ ଉପକୂଳର ଜିଲ୍ଲାଗୁଡିକରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ଆଉ କେତେକ ସ୍ଥାନରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡର ଆକଳନ କରିଛି ପାଣିପାଗ ବିଭାଗ । ସୋନପୁର, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ନୂଆପଡା କନ୍ଧମାଳ ଜିଲ୍ଲାରେ ୪୨ ଡିଗ୍ରୀ ଉପରେ ତାପମାତ୍ରା ରହିବା ସହ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

ବିଶେଷ କରି ଉପକୂଳ ଜିଲ୍ଲାର ମାଲକାନଗିରି, କୋରାପୁଟ, ରାୟଗଡା ,ଗଜପତି ,ଗଂଜାମ ,କନ୍ଧମାଳ ,ନୟାଗଡ, ଅନୁଗୁଳ ,ଢେଙ୍କାନାଳ, କଟକ, ଯାଜପୁର ,ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ମୟୁରଭଞ୍ଜରେ ଗ୍ରୀଷ୍ମ ପ୍ରବାହ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାସହ ଆସନ୍ତାକାଲି ଉଷ୍ମ ଓ ଆଦ୍ର ସ୍ଥିତି ବି ଲାଗିରହିବ । ସେହିପରି ଆଜି କିଛି ଅଂଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବ। ବର୍ତ୍ତମାନ ରାଜ୍ୟରେ ଏବେ ବଡ ବର୍ଷା ନଥିବା ବେଳେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି। ୬ ଓ ୭ ତାରିଖ ବେଳକୁ ବର୍ଷାର ପରିମାଣ ବଢିବା ସହ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ। ଏହି ସମୟରେ ଝଟକା ପବନ ୪୦ ରୁ ୫୦ କିମି ବେଗରେ ବହିବ ବୋଲି ଆକଳନ କରିଛି ବିଭାଗ । ସେପଟେ ବର୍ତ୍ତମାନ ମୌସୁମୀ କେବେ ଛୁଇଁବ ତାହା ବିଭାଗ ସ୍ପଷ୍ଟ କରିନଥିବା ବେଳେ ଓଡିଶାକୁ ଆସିବାର ପ୍ରକ୍ରିୟା ଆରମ୍ଭ ସହ ପାଗ ଅନୁକୂଳ ରହିଛି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe