ବିଗିଡ଼ିଗଲା ପାଣିପାଗ : ଅସ୍ତବ୍ୟସ୍ତ ହେଲାଣି ଓଡ଼ିଶା, ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି

Advertisment

ଆଉ ୪ ଦିନ ଯାଏ ରହିବ ପ୍ରଚଣ୍ଡ ପ୍ରଭାବ, ୧୦ ଜିଲ୍ଲା ପାଇଁ ହିଟ୍‌ୱେଭ୍‌ ସତର୍କତା

ଆଉ ୪ ଦିନ ଯାଏ ରହିବ ପ୍ରଚଣ୍ଡ ପ୍ରଭାବ, ୧୦ ଜିଲ୍ଲା ପାଇଁ ହିଟ୍‌ୱେଭ୍‌ ସତର୍କତା

ଛଟପଟ ସାରା ଓଡ଼ିଶା, ୧୬୫ ବ୍ଲକ୍‌ ପାଇଁ ଆଲର୍ଟ

apherald.com

ଭୁବ‌ନେଶ୍ବର : ଯେଉଁ ସମୟରେ ପ୍ରାକ୍ ମୌସୁମୀ ବର୍ଷା ସମଗ୍ର ଓ଼଼ଡ଼ିଶାକୁ ଭିଜେଇ ଦେବା କଥା, ସେହି ସମୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମଗ୍ର ରାଜ୍ୟକୁ ଅସ୍ତବ୍ୟସ୍ତ କରିଦେଲାଣି। ପଶ୍ଚିମ ଓଡ଼ିଶା ଜଳୁଛି। ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଏମିତି ସ୍ଥିତି କଲାଣି େଯ େଲାକେ ତ୍ରାହି ତ୍ରାହି ଡାକିଲେଣି। ସେପଟେ ନବରଙ୍ଗପୁର, ବଲାଙ୍ଗୀର ଓ କେନ୍ଦୁଝର ଜିଲ୍ଲାର ପୃଥକ୍ ପୃଥକ୍ ସ୍ଥାନରେ ବଜ୍ରପାତ କାରଣରୁ ୫ ଜଣଙ୍କ ମୃତ୍ୟୁ ଘଟିଛି।

ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି, ଆଗକୁ ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ହେବ ସାରା ରାଜ୍ୟ।

ଟିଟିଲାଗଡ଼ ପୁଣିଥରେ ତତଲାଗଡ଼ରେ ପରିଣତ ହେବ। ତା‌ଳଚେର, ସମ୍ବଲପୁର, ଝରସୁଗୁଡ଼ା ବି ଜଳିବ। ପ୍ରଚଣ୍ଡ ତାତିରେ ଆଉଟୁପାଉଟୁ ହେବ ପଶ୍ଚିମ ଓଡ଼ିଶା। ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମ୍‌ ରହିଲେ ବି କଲବଲ କରିବ ଗୁଳୁଗୁଳି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅସହ୍ୟ ତାତି ଅନୁଭୂତ ହେବ। କେତେକ ସ୍ଥାନରେ ପାରଦ ୪୬ ଡିଗ୍ରି ଟପିଯିବାର ଆଶଙ୍କା ରହିଛି।
କେବଳ ସେତିକି ନୁହେଁ, ଜୁନ୍‌ ମାସରେ ତାତି ନିୟନ୍ତ୍ରଣ ବାହାରକୁ ଚାଲି ଯିବାର ଆଶଙ୍କା ଥିବାରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ହିଟ୍‌ୱେଭ୍‌(ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ) ସତର୍କ ସୂଚନା ଜାରି କରାଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲା ପାଇଁ ଜୁନ୍‌ ୧୪ ପର୍ଯ୍ୟନ୍ତ ହିଟ୍‌ୱେଭ୍‌ ସତର୍କତା ଜାରି ହୋଇଛି। ବରିଷ୍ଠ ନାଗରିକ, ଶିଶୁ, ରୋଗଗ୍ରସ୍ତ ବ୍ୟକ୍ତି ଯେତେଦୂର ସମ୍ଭବ ଖରାଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ବି କୁହାଯାଇଛି।

ପାଣିପାଗ ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁଙ୍କ ଆକଳନ କହୁଛି, ୪ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ। ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଲାଗି ରହିବ। ଉପକୂଳରେ ତାପମାତ୍ରା ନ ବଢ଼ିଲେ ବି ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇପାରେ।

ଡ. ସାହୁଙ୍କ ପୂର୍ବାନୁମାନ କହୁଛି, ଆକାଶରେ ବାଦଲ ରହୁଥିଲେ ମଧ୍ୟ ବର୍ଷା ହେଉନାହିଁ। ଯଦି ବର୍ଷା ହୁଅନ୍ତା ତେବେ ଗୁଳୁଗୁଳି ଅନୁଭୂତ ହୁଅନ୍ତା ନାହିଁ। ‌ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ ଦିଗରୁ ପବନ ହେଉଥିବାରୁ ବାଦଲ ଆଗକୁ ବଢ଼ୁଛି। ତେଣୁ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଜାରି ରହିଛି। ୧୪ ତାରିଖ ପରେ ତାପମାତ୍ରାରେ ସାମାନ୍ୟ ପରିବର୍ତନ ଆସିବ। ପାଗ କୋହଲା ହେବା ସହ କେତେକ ସ୍ଥାନରେ କାଳ‌ବୈଶାଖୀ ଜନିତ ବର୍ଷା ହୋଇପାରେ। ‌

ଜୁନ୍‌ ୧୫ରୁ ୧୭ ତାରିଖ ଅର୍ଥାତ୍‌ ରଜରେ ଦକ୍ଷିଣ ଓଡ଼ିଶାରେ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ଅଧିକ ରହିଛି। ୧୯ ଓ ୨୦ ବେଳକୁ ଉପକୂଳ ଓଡ଼ିଶାକୁ ମୌସୁମୀ ଛୁଇଁବ ବୋଲି ସେ ଆକଳନ କରିଛନ୍ତି।

ଆଜି ଦିନତମାମ ପଶ୍ଚିମ ଓଡ଼ିଶାରେ ତାତି ଲାଗିରହିଥିଲା ବେଳେ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା। ମୋଟ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରକୁ ଚାଲିଯାଇଛି। ହୀରାକୁଦ ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି। ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪.୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୪.୬ ଡିଗ୍ରି ରହିଥିଲା। ଏହାବ୍ୟତୀତ ଟିଟିଲାଗଡ଼ରେ ୪୩.୬, ଝାରସୁଗୁଡ଼ାରେ ୪୩.୨, ବଲାଙ୍ଗୀରରେ ୪୨.୫, ସୋନପୁରରେ ୪୧.୮ ଅନୁଗୁଳରେ ୪୧.୧, ତାଳଚେରରେ ୪୦.୫, ଫୁଲବାଣୀରେ ୪୦.୪, ଭବାନୀପାଟଣାରେ ୪୦.୨, ସୁନ୍ଦରଗଡ଼ରେ ୪୦ ଡିଗ୍ରି ଥିଲା। ଭୁବନେଶ୍ବର, କଟକ, ଚାନ୍ଦବାଲି, ବାଲେଶ୍ବର, ଗୋପାଳପୁର, ପୁରୀ ସହରରେ ପାରଦ ୪୦ ଡିଗ୍ରି ତଳେ ରହିଥିଲେ ମଧ୍ୟ ଆର୍ଦ୍ରତା ଅଧିକ ରହିଥିଲା। ତେଣୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe