ତିନି ମାସ ସିଝିବ ଓଡ଼ିଶା

ଅଂଶୁଘାତଜନିତ ମୃତ୍ୟୁ ପାଇଁ ତୁରନ୍ତ ସହାୟତା

ଭୁବନେଶ୍ବର : ଏପ୍ରିଲ-ମେ’ଓ ଜୁନ୍ ମାସ ପାଇଁ ଭାରତର ପାଣିପାଗ ବିଭାଗ (ଆଇଏମ୍‌ଡି) କରିଥିବା ପୂର୍ବାନୁମାନ ନିଦ ହଜାଇ ଦେବା ଭଳି। ତିନି ମାସ ପାଇଁ କରାଯାଇଥିବା ଏହି ଆକଳନ ସୂଚାଉଛି ଯେ ଏବର୍ଷ ସାଧାରଣ ତାପମାତ୍ରା ଠାରୁ ଓଡ଼ିଶାରେ ୦.୩୫ ଡିଗ୍ରି ସେଲସିୟସ୍ ଅଧିକ ରହିବ। ଗ୍ରୀଷ୍ମର ପ୍ରଚଣ୍ଡ ତାତିରେ ଏବର୍ଷ ଓଡ଼ିଶା ସିଝିବ। ଗତମାସରେ ଆଇଏମ୍‌ଡି କରିଥିବା ପୂର୍ବାନୁମାନ ଅନୁସାରେ ମାର୍ଚ୍ଚ ଶେଷ ସପ୍ତାହରୁ ଗ୍ରୀଷ୍ମର ପ୍ରଖରତା ଅନୁଭୂତ ହେଉଛି। ଗତକାଲି ବାରିପଦାରେ ତାପମାତ୍ରା ଦେଶରେ ସବୁଠାରୁ ଅଧିକ ଥିଲା ଏବଂ ଆଜି ରାଜଧାନୀ ଭୁବନେଶ୍ବର ତାପମାତ୍ରା ୧୯୪୮ ମସିହା

ପରେ ସବୁଠାରୁ ଅଧିକ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି। ଆଜି ବି ତାପମାତ୍ରାରେ ଓଡ଼ିଶା ରେକର୍ଡ କରିଛି। ଏଭଳି ସମୟରେ ପାଣିପାଗ ବିଭାଗର ତ୍ରୈମାସିକ ପୂର୍ବାନୁମାନ କେଉଁଠି ନା କେଉଁଠି ସଙ୍କେତ ଦେଉଛି ଯେ ଆଗକୁ ପରିସ୍ଥିତି ଅଧିକ ଭୀଷଣ ହେବ ଓ ଏବର୍ଷ ଗ୍ରୀଷ୍ମରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

publive-image European Commission - europa.eu

ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ‘ସମ୍ବାଦ’କୁ କହିଛନ୍ତି ଯେ ଓଡ଼ିଶା ହିଟ୍‌​ୱେଭ୍‌ ପ୍ରବଣ ଅଞ୍ଚଳ ମଧ୍ୟରୁ ଅନ୍ୟତମ। ୧୯୯୮, ୨୦୦୧, ୨୦୦୩, ୨୦୦୫ ଆଦି ବର୍ଷମାନଙ୍କରେ ରାଜ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ଦେଖିଛି। ହେଲେ ଏଥର ଟିକେ ସ୍ଥିତି ଆଉ ଅଧିକ ଗମ୍ଭୀର ହୋଇପାରେ। ଅର୍ଥାତ୍ ପ୍ରତିବର୍ଷ ରାଜ୍ୟରେ ୫ରୁ ୬ ଦିନ ହିଟ୍‌େଵଭ୍‌ ସ୍ଥିତି ସୃଷ୍ଟି ହେଉଥିଲା, ଏଥର ଏହି ଦିନର ସଂଖ୍ୟା ବଢ଼ିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ଓଡ଼ିଶାର ପଡ଼ୋଶୀ ରାଜ୍ୟମାନେ ଆଜି ଯେତିକି ତାତୁନାହାନ୍ତି, ତା’ଠାରୁ ରାଜ୍ୟ ଅଧିକ ତାତୁଛି। ଏଥିପାଇଁ ରାଜ୍ୟର ଉଭୟ ଭୌଗୋଳିକ ସ୍ଥିତି ଓ ପାଣିପାଗ ଜନିତ କାରଣ ରହିଛି। ଏବର୍ଷ ଖରାର ପ୍ରକୋପ ଜୁନ୍ ମାସରେ ବି ପ୍ରଖର ରହିବ। ଏମିତି ହେଲେ, ମୌସୁମୀ (ଜୁନ୍ ୧୫ ତାରିଖ) ଆସିପାରେ ବିଳମ୍ବ ହୋଇପାରେ। ଏପ୍ରିଲ-ମେ’ରେ ଅତି ସାଂଘାତିକ ଗ୍ରୀଷ୍ମ ପ୍ରବାହ ଦେଖାଦେଇପାରେ। ଗତ ୪ମାସ ଧରି ଓଡ଼ିଶାରେ ପ୍ରାୟ ବର୍ଷା ନାହିଁ। ମାଟି ଶୁଖିଲା ରହିଛି, ଏଣୁ ଗ୍ରୀଷ୍ମର ପ୍ରକୋପ ବେଶି ଅନୁଭୂତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe