ସାଢ଼େ ୮ଟାରେ ତାତି ଛୁଇଁଲା ୩୬ ଡିଗ୍ରି: ବାରିପଦା ସବୁଠାରୁ ଉତ୍ତପ୍ତ

Advertisment
ରାଜ୍ୟରେ ଆଜି ପ୍ରଚଣ୍ଡ ତାତି, ସକାଳ ୮ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୬ ଡିଗ୍ରି

News Medical

ଭୁବନେଶ୍ବର: ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ହେବନି ବିଶେଷ ପରିବର୍ତ୍ତନ। ଜାରି ରହିବ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି। ମେ ୨ ରୁ ୪ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ରହିବ ସାମୁଦ୍ରିକ ଝଡ଼ର ପ୍ରଭାବ। ଯାହା ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରି ଖସିବା ସହ ଆର୍ଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି। ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ସାମୁଦ୍ରିକ ଝଡ଼ର ପ୍ରଭାବ ହେଲେ ବି ରାଜ୍ୟରେ ଉଷ୍ମ ଦିନ ଅନୁଭୂତ ହେବ। ଏଭଳି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ  ଉମାଶଙ୍କର ଦାସ।

ସେପଟେ ଆଜି ପାଇଁ ରାଜ୍ୟର କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, କଟକ ୧୦ଟି ଜିଲ୍ଲାକୁ ଅତ୍ୟଧିକ ଗରମ ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ସକାଳ ସାଢ଼େ ୮ଟା  ସୁଦ୍ଧା  ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ  କରାଯାଇଛି। ତାହା ଅନୁଯାୟୀ, ବାରିପଦାରେ ତାପମାତ୍ରା ୩୬°, ବାଲେଶ୍ୱରରେ ୩୬°, ମାଲକାନଗିରି ଓ କେନ୍ଦୁଝରରେ ୩୫°, ଭବାନୀପାଟଣାରେ ୩୪.୪°, ଭୁବନେଶ୍ୱରରେ ୩୩.୮°, ଜଗତସିଂହପୁରରେ ୩୩.୪°, ଅନୁଗୁଳରେ,ଟିଟଲାଗଡ଼ ଓ ବୌଦ୍ଧରେ ୩୩° ଏବଂ କଟକ ୩୨.୬° ସେଲସିୟସ୍ ଥିବା ଜଣାଯାଇଚି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe