୪୦ ଡିଗ୍ରି ଉପରେ ୯ ସହର

୪୦ ଡିଗ୍ରି ଉପରେ ୯ ସହର

downtoearth.org.in

ଭୁବନେଶ୍ବର : ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ସାମୁଦ୍ରିକ ପବନ ଯୋଗୁଁ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ପଶ୍ଚିମ ଓଡ଼ିଶା ଆଜି ବି ୪୦ ଡିଗ୍ରି‌ରେ ଉପରେ ରହିଥିଲା। ଟିଟିଲାଗଡ଼ ଓ ତାଳଚେର ସହରର ତାପମାତ୍ରା ହସ୍ତଗତ ହୋଇ ନଥିବା ବେଳେ ସୋନପୁର ତାପମାତ୍ରା ଆଜି ୪୫ ଡିଗ୍ରି ଛୁଇଁଛି। ମୋଟ ୯ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ଆଞ୍ଚଳିକ ପାଣିପାଗ ବି‌ଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଭଳି ସ୍ଥିତି ଆହୁରି ୭ ଦିନ ଧରି ଜାରି ରହିବ। ତାହାକୁ ଦୃଷ୍ଟିରେ ରଖି ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ହିଟ୍‌ୱେଭ୍‌ ଜାରି ହୋଇଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇପାରେ। ତେବେ କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe