ତାତୁଛି ପଶ୍ଚିମ ଓଡ଼ିଶା: ୩୮ ଛୁଇଁଲା ଟିଟିଲାଗଡ଼, ୭ ସହରର ପାରଦ ୩୬ ଡିଗ୍ରୀ ଉପରେ

Advertisment
ତାତୁଛି ପଶ୍ଚିମ ଓଡ଼ିଶା: ୩୮ ଛୁଇଁଲା ଟିଟିଲାଗଡ଼, ୭ ସହରର ପାରଦ ୩୬ ଡିଗ୍ରୀ ଉପରେ

ସମ୍ବଲପୁର: ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଥିବା ବେଳେ ପଶ୍ଚିମ ଓଡ଼ିଶାରେ ଏହାର ସବୁଠୁ ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ୩୮ଂ ସେଲସିୟସ ତାପମାତ୍ରା ସହ ଟିଟିଲାଗଡ଼ ସାରା ରାଜ୍ୟରେ ଉତ୍ତପ୍ତ ସହର ହୋଇଛି।

ଅନ୍ୟପଟେ ପଶ୍ଚିମ ଓଡ଼ିଶାର ୭ଟି ସହରର ତାପମାତ୍ରା ୩୬ ଡିଗ୍ରି ପାରି ହୋଇ ସାରିଛି। ସବୁଠାରୁ ବଡ଼ କଥା ହେଲା ଗତ କିଛି ଦିନ ହେଲା କ୍ରମାଗତ ଭାବେ ପ୍ରତିଦିନ ପଶ୍ଚିମ ଓଡ଼ିଶାର ସବୁ ସହରର ତାପମାତ୍ରା ବଢ଼ି ଚାଲିଛି। ରବିବାର ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୩୬.୯ ଡିଗ୍ରି ରହିଥିବା ବେଳେ, ଝାରସୁଗୁଡ଼ାର ୩୭.୩ ଡିଗ୍ରି, ସୁନ୍ଦରଗଡ଼ର ୩୬ ଡିଗ୍ରି, ହୀରାକୁଦର ୩୬.୨ ଡିଗ୍ରି, ଭବାନୀପାଟଣାର ୩୫.୫ ଡିଗ୍ରି, ବଲାଙ୍ଗୀରର ୩୭.୮ ଡିଗ୍ରି, ସୋନପୁରର ୩୬.୨ ଡିଗ୍ରି ଓ ବୌଦ୍ଧର ତାପମାତ୍ରା ୩୫.୫ ଡିଗ୍ରି ରହିଛି। ଆଗକୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଅଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe