ତାତୁଛି ପଶ୍ଚିମ ଓଡ଼ିଶା: ୪୦ ଡିଗ୍ରି ଉପରେ ପଶ୍ଚିମ ଓଡ଼ିଶାର ୮ ସହର

Advertisment
ତାତୁଛି ପଶ୍ଚିମ ଓଡ଼ିଶା: ୪୦ ଡିଗ୍ରି ଉପରେ ପଶ୍ଚିମ ଓଡ଼ିଶାର ୮ ସହର

ସମ୍ବଲପୁର: ତାତୁଛି ପଶ୍ଚିମ ଓଡ଼ିଶା। ଲଗାତାର ବଢ଼ୁଛି ତାପମାତ୍ରା।  ପୂରା ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବୁଧବାର ରାଜ୍ୟରେ ୮ଟି ସହରର ତାପମାତ୍ର ୪୦ ଡିଗ୍ରି ପାର୍‌ କରିଛି। ୪୦ ଡିଗ୍ରି ଉପରେ ଥିବା ସମସ୍ତ ସହର ପଶ୍ଚିମ ଓଡ଼ିଶାର। ୪୨.୭ ଡିଗ୍ରି ତାପମାତ୍ରା ସହ ଟିଟଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ବଲାଙ୍ଗୀର ସହର ତାପମାତ୍ରା ୪୨.୫ ଡିଗ୍ରି, ସୋନ୍‌ପୁରର ୪୧.୯ ଡିଗ୍ରି, ଝାରସୁଗୁଡ଼ାର ୪୧.୨ ଡିଗ୍ରି, ବୌଦ୍ଧର ୪୧ ଡିଗ୍ରି, ଭବାନୀପାଟଣାର ୪୧ ଡିଗ୍ରି,

ସୁନ୍ଦରଗଡ଼ ଓ ସମ୍ବଲପୁରର ତାପମାତ୍ରା ୪୦ ଡିଗ୍ରି ରହିଛି। ସେଭଳି ପଶ୍ଚିମ ଓଡ଼ିଶାର ଅନ୍ୟତମ ସହର ହୀରାକୁଦର ତାପମାତ୍ରା ୩୯.୭ ଡିଗ୍ରି ରହିଛି। ୨ ତାରିଖ ଯାଏ ପଶ୍ଚିମ ଓଡ଼ିଶାର ବରଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଵାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe