ଆଗାମୀ ୩ଦିନ ପର୍ଯ୍ୟନ୍ତ ବର୍ଷିବ ନିଆଁ, ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

Advertisment
ଆଗାମୀ ୩ଦିନ ପର୍ଯ୍ୟନ୍ତ ବର୍ଷିବ ନିଆଁ, ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଦିନକୁ ଦିନ ବଢୁଛି ତାତି। ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା। କିଛି କିଛି ଜିଲ୍ଲାରେ ଏବେ ୪୪ଡିଗ୍ରି ଉପରେ ତାପମାତ୍ରା ରହୁଥିବା ବେଳେ ଲୋକଙ୍କର ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି। ତେବେ ସାରା ରାଜ୍ୟରେ ଏହି ଗ୍ରୀଷ୍ମ ବର୍ଷା ଆହୁରି ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ।

ସେ କହିଛନ୍ତି ଯେ, ଆଗାମୀ ୩ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବାର ନାହିଁ। ଆଜିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୧ଟି ଜିଲ୍ଲାରେ ରହିଛନ୍ତି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୁଳ, ଦେଓଗଡ, ମୟୂରଭଞ୍ଜ, ବରଗଡ, ଝାରସୁଗୁଡ଼ା ଓ ବଲାଙ୍ଗୀର । ଏହା ସହ ୩୦ ତାରିଖରେ ୮ ଜିଲ୍ଲାକୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

publive-image ABC30

ତେବେ ଆକାଶରୁ ଝରୁଥିବା ନିଆଁ ପାଇଁ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ଜନଜୀବନ । ଆଜି ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ବର ୩୮.୬, ବାଲେଶ୍ବର ୩୭.୨, ଝାରସୁଗୁଡ଼ା ୪୦, ସମ୍ବଲପୁର ୪୦, କେନ୍ଦୁଝର ୩୯, ପୁରୀ ୩୨ ଡିଗ୍ରୀ ଛୁଇଁଥିବା ବେଳେ ଗତକାଲି ବୌଦ୍ଧ ଜିଲ୍ଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଆଜି କିଛି ସହର ୪୫ ଡିଗ୍ରି ଛୁଇଁବ ବୋଲି ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ । ତେବେ କେବଳ ଅଧିକ ଖରା ନୁହେଁ ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଆଦ୍ରତା ହେଉଥିବାରୁ ଗଳୁଗୁଳି ଅନୁଭବ ହେଉଛି। ଆହୁରି ୫ ଦିନ ଏମିତି ଗଳୁଗୁଳି ଲାଗି ରହିବା ସହ ଗଳୁଗୁଳିରେ ଆଉଟପାଉଟ ହେବେ ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe