ତାତି ଆହୁରି ୪ ଦିନ, କଲବଲ କରିବ

Advertisment
ସ୍ବାଭାବିକଠାରୁ ୩ଂ ଉପରେ ପାରଦ, ୫ ସହରରେ ତାପମାତ୍ରା ୩୮ ଡିଗ୍ରି ଉପରେ

ଭୁବନେଶ୍ବର : ତାତି ସାଙ୍ଗକୁ ଗୁଳୁଗୁଳିରେ ସିଝୁଛି ଓଡ଼ିଶା। ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଗତକାଲି ପରି ବୁଧବାର ଦିନ ମଧ୍ୟ ସୋନପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୪.୪ ଡିଗ୍ରି ରେକର୍ଡ ହୋଇଛି। ଏହା ବ୍ୟତୀତ ସମ୍ବଲପୁରରେ ୪୩.୬, ବଲାଙ୍ଗୀରରେ ୪୩.୪, ଝାରସୁଗୁଡ଼ା ଓ ବୌଦ୍ଧରେ ୪୩, ଟିଟିଲାଗଡ଼ ଓ ବରଗଡ଼ରେ ୪୨.୬, ହୀରାକୁଦରେ ୪୨.୧, ନୂଆପଡ଼ାରେ ୪୧, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୪୦.୫ ଡିଗ୍ରି ଲେଖାଏ ରହିଥିଲା। ଉପକୂଳ ଓଡ଼ିଶାରେ ତାପମାତ୍ରା ଅଧିକ ନ ଥିଲେ ମଧ୍ୟ ଦିନ ସାରା ଲାଗିରହିଥିବା ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଏଭଳି ସ୍ଥିତି ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ତେବେ ୬ ତାରିଖ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ୨ ଓ ୩ ତାରିଖରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପବନ ହେବାର ସମ୍ଭାବନା ଥିବାରୁ ଅର୍ଧାଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜର କପ୍ତିପଦାରେ ସର୍ବାଧିକ ୪ ସେମି ବର୍ଷା ହୋଇଥିବା ବେଳେ ବରୀ, ନିମାପଡ଼ାରେ ୩ ସେମି, ବାରିପଦା, ବିଞ୍ଝାରପୁରରେ ୨ ସେମି ଲେଖାଏ ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe