କମୁନି ଗରମ, ଗୁଳୁଗୁଳି: ଚାରି ଜିଲ୍ଲାରେ ଗ୍ରୀଷ୍ମ ଲହରି

Advertisment
ବିଶ୍ବର ଉତ୍ତପ୍ତ ସହର: ଦ୍ବିତୀୟରେ ବାରିପଦା, ଦଶମରେ ଝାରସୁଗୁଡ଼ା

ଭୁବନେଶ୍ବର : ରାଜ୍ୟର କିଛି ସ୍ଥାନରେ ମେଘୁଆ ପାଗ ଜାରି ରହିଥିଲେ ବି ଗରମ ଓ ଗୁଳୁଗୁଳିରେ ରାଜ୍ୟବାସୀ ସନ୍ତୁଳି ହେଉଛନ୍ତି। ରବିବାର ଦିନ ରାଜ୍ୟର ୧୩ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ସେହିଭଳି ପଶ୍ଚିମ ଓଡ଼ିଶାର ୫ଟି ସହରର ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ଉପରେ ରହିବା ସହ ପଶ୍ଚିମ ଓଡ଼ିଶା ତତଲା କଡ଼େଇରେ ସିଝୁଛି। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଟିଟିଲାଗଡ଼ଠାରେ ୪୪.୬ ଡିଗ୍ରି ରେକର୍ଡ ହୋଇଛି। ସେହିପରି ସୋନପୁରରେ ୪୪.୫ ଡିଗ୍ରି, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାରେ ୪୪.୩ ଓ ନୂଆପଡ଼ାରେ ୪୪ ଡିଗ୍ରି ଦିନ ତାପମାତ୍ରା ରହିଥିଲା। ଅନ୍ୟପଟେ ଆଜି ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିଲା। କିନ୍ତୁ ବାୟୁମଣ୍ଡଳର ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ଉପକୂଳବାସୀଙ୍କୁ ଅତିଷ୍ଟ କରିଥିଲା। ଆସନ୍ତା ୨ ଦିନ ପାଇଁ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲା ନିମନ୍ତେ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

‌ପାଣିପାଗ କେନ୍ଦ୍ର କହିଛି, ଆଜି ଓ ୭ ତାରିଖ ପାଇଁ ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ବରଗଡ଼ ଆଦି ଜିଲ୍ଲାରେ ଗ୍ରୀଷ୍ମ ଲହରି ପ୍ରବାହିତ ହେବାର ସମ୍ଭାବନା ରହିଛି। ଏଣୁ ଏହି ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଦୁଇ ଦିନ ସିଧାସଳଖ ଖରାକୁ ନ ବାହାରିବାକୁ ଜନସାଧାରଣଙ୍କୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ଅନ୍ୟପଟେ ଆସନ୍ତାକାଲି ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe