ଜଳୁଛି ପଶ୍ଚିମ ଓଡ଼ିଶା, ୪୧ ଡିଗ୍ରି ସହ ବୌଦ୍ଧ ସବୁଠୁ ଉତ୍ତପ୍ତ

Advertisment
ବଢ଼ୁଛି ଉପକୂଳ ଓଡ଼ିଶା ତାତି: ରାଜ୍ୟର ଉତ୍ତପ୍ତ ସହର ଭୁବନେଶ୍ବର

ଭୁବନେଶ୍ୱର : ଜଳୁଛି ପଶ୍ଚିମ ଓଡ଼ିଶା। ୪୧ ଡିଗ୍ରି ସର୍ବୋଚ୍ଚ ତାପମାତ୍ରା ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏହା ପଛକୁ ରହିଛି ବଲାଙ୍ଗୀର ଓ ଟିଟିଲାଗଡ଼ ସହର। ଏ ଦୁଇ ସହର ମଧ୍ୟ ରାଜ୍ୟର ଉତ୍ତପ୍ତ ସହରର ରେକର୍ଡ ବଜାୟ ରଖିଛନ୍ତି। ୪୦.୫ ଡିଗ୍ରି ସହ ବଲାଙ୍ଗୀର ଦ୍ବିତୀୟ ସ୍ଥାନରେ ରହିଛି। ଏହାବ୍ୟତୀତ ଭବାନୀପାଟଣା, ସୋନ୍‌ପୁର, ଫୁଲବାଣୀ ଓ ତାଳଚେରର ଦିନ ତାପମାତ୍ରା ୩୯ ଡିଗ୍ରି ପାର୍‌ କରିଛି। ଗତକାଲି ଅପେକ୍ଷା ଆଜି ରାଜ୍ୟର ତାପମାତ୍ରା ଅପେକ୍ଷାକୃତ କମ୍‌ ଥିଲେ ହେଁ ମାର୍ଚ୍ଚ ଶେଷ ସପ୍ତାହ ଭୀଷଣ ଖରା ରାଜ୍ୟବାସୀଙ୍କୁ ସନ୍ତୁଳି ଦେଉଛି। ଅନ୍ୟପଟେ ଉପକୂଳ ଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା ଏବେ ଅପେକ୍ଷାକୃତ କମ୍‌ ରହିଛି। ଆସନ୍ତା ୪ରୁ ୫ଦିନ ମଧ୍ୟରେ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଫଳରେ ପଶ୍ଚିମ ଓଡ଼ିଶାର ତାପମାତ୍ରା ଏହିଭଳି ଅଧିକ ରହିବ ଓ ତାତିରେ ସିଝିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର ଆହୁରି କହିଛି, ଆଜି ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଛି। ଆସନ୍ତାକାଲି ମଧ୍ୟ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଆଦି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଏଣୁ ଉପକୂଳ ଓ ସଂଲଗ୍ନ ଓଡ଼ିଶାରେ ତାପମାତ୍ରା ବିଶେଷ ବୃଦ୍ଧି ଘଟିବ ନାହିଁ। କିନ୍ତୁ ରାଜ୍ୟର ଅବଶିଷ୍ଟ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଯାଏ ଅଧିକ ରହିବ। ଆସନ୍ତାକାଲି ରାଜଧାନୀ ତଥା ଏହାର ଆଖପାଖ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ପାଖାପାଖି ରହିବ। ଦିନରେ ଆକାଶ ନିର୍ମଳ ରହିବ ଓ ଅପରାହ୍‌ଣ ଆଡ଼କୁ ପାଗ ‌ଆଂଶିକ ମେଘୁଆ ରହିବ। ରାତି ତାପମାତ୍ରା ୨୪ଡିଗ୍ରି ପାଖାପାଖି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe