କାଳବୈଶାଖୀ ସତ୍ତ୍ବେ କମିବନି ଗରମ, ଗୁଳୁଗୁଳି

Advertisment
କାଳବୈଶାଖୀ ସତ୍ତ୍ବେ କମିବନି ଗରମ, ଗୁଳୁଗୁଳି

ଭୁବନେଶ୍ବର : ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଜାରି ରହିବ। କିନ୍ତୁ ଏହା ଅସହ୍ୟ ଗରମ ଓ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତ କରିପାରିବ ନାହିଁ। ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏପରି ଆକଳନ କରାଯାଇଛି।

କେନ୍ଦ୍ର ଆହୁରି କହିଛି ଯେ ମଙ୍ଗଳବାର ଅପରାହ୍‌ଣ ଆଡ଼କୁ ରାଜ୍ୟର ୧୯ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହେବ। ସେଗୁଡ଼ିକ ହେଲା, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଧା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ। ଏଥିସହ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ତେଣୁ ଏହି ୧୯ ଜିଲ୍ଲା ପାଇଁ ୟେଲୋ-ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର। ଏବେ ରାଜ୍ୟର ତାପମାତ୍ରା ଅଧିକ ରହିଥିବା ବେଳେ ଆସନ୍ତା ୩ରୁ ୪ ଦିନ ପାଇଁ ଏହି ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe