ଉପକୂଳରେ କମୁଛି, ପଶ୍ଚିମ ଜଳୁଛି

ଲାଲ୍‌ ମାଟି ପାଇଁ ବାରିପଦା ଉତ୍ତପ୍ତ: ଉମାଶଙ୍କର

The Indian Express

ଭୁବନେଶ୍ବର : ଉପକୂଳର ତାପମାତ୍ରା ଆଖିଦୃଶିଆ ଭାବେ କମିଛି। ଭୁବନେଶ୍ବରର ରବିବାର ଦିନ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ରହିଥିବା ବେଳେ କଟକ ୩୧.୬ ଡିଗ୍ରି, ବାଲେଶ୍ବର ୩୩.୧ ଡିଗ୍ରି, ଚାନ୍ଦବାଲି ୩୧.୭ ଡିଗ୍ରି ଓ ପୁରୀ ୩୧.୨ ଡିଗ୍ରି ଲେଖାଏଁ ଦିନ ତାପମାତ୍ରା ରେକର୍ଡ କରିଛନ୍ତି। ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିଛି। ଉପକୂଳରେ ତାପମାତ୍ରା କମିଥିବା ବେଳେ ପଶ୍ଚିମ ଓଡ଼ିଶା ଗରମରେ ଜଳୁଛି। ଆଜି ରାଜ୍ୟର ୬ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରି ରହିଥିଲା। ଭବାନୀପାଟଣାରେ ଓ ନୂଆପଡ଼ାରେ ୪୧ ଡିଗ୍ରି ଏବଂ ଟିଟିଲାଗଡ଼ରେ ୪୧.୮ ଡିଗ୍ରି ରେକର୍ଡ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

publive-image

ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଆ‌ଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ। ରବିବାର ଦିନ ଉପକୂଳ ଓଡ଼ିଶାର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଖସିଥିବା ବେଳେ ଆସନ୍ତା ୪ ଦିନରେ ଏହା ୪ ଡିଗ୍ରି ଯାଏ ବୃଦ୍ଧିପାଇବ। ଅନ୍ୟପଟେ ରାଜ୍ୟର ୮ ଜିଲ୍ଲାରେ ଆଜି କାଳବୈଶାଖୀ ସମ୍ଭାବନା ରହିଛି। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ କେନ୍ଦୁଝରରେ ଆଜି ଝଡ଼ବର୍ଷାର ସମ୍ଭାବନା ରହିଛି। ଏଥିସହ ୨୪ ତାରିଖ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା‌ର ପ୍ରକୋପ ବଢ଼ିବ। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ଯାଏ ରହିବ। ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, କଟକ, ଖୋର୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ପୁରୀରେ ଅଧିକ ବେଗରେ ପବନ ବହିବା ସହ ଝଡ଼ବର୍ଷାର ସମ୍ଭାବନା ରହିଛି।

ଗତକାଲି ରାତିରେ ପାଗରେ ପରିବର୍ତ୍ତନ ଦେଖାଯାଇଥିଲା। ବିଳମ୍ବିତ ରାତିରେ ହଠାତ୍‌ ଆରମ୍ଭ ହୋଇଯାଇଥିଲା କାଳବୈଶାଖୀ। ପ୍ରଚଣ୍ଡ ଘଡ଼ଘଡ଼ି ଓ ବିଜୁଳି ସହ ପାଖାପାଖି ୩ ଘଣ୍ଟା ବର୍ଷା ଲାଗି ରହିଥିଲା। ଗତକାଲି ରାତିରେ କେନ୍ଦୁଝର ଘସିପୁରାରେ ସର୍ବାଧିକ ୬୨.୧ ମିମି ବର୍ଷା ହୋଇଥିବା ବେଳେ ଯାଜପୁର କୋରେଇରେ ୫୬.୨ ମିମି, ପୁରୀ ସତ୍ୟବାଦୀରେ ୩୮ ମିମି, ଭୁବନେଶ୍ବରରେ ୩୬.୨ ମିମି ଓ କଟକ କଣ୍ଟାପଡ଼ାରେ ୩୪ ମିମି ବର୍ଷା ରେକର୍ଡ ହୋଇଯାଇଛି। ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ବାୟୁମଣ୍ଡଳରେ ୨.୧ କିମି ଉଚ୍ଚତା ଯାଏ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିଲା। ଏଥିସହ କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଲାଗି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe