ଉଚ୍ଚ କ୍ଷମତାପ୍ରାପ୍ତ ମନ୍ତ୍ରୀସ୍ତରୀୟ ବୈଠକ: କୋଭିଡ-୧୯ର ତଥ୍ୟଭିତ୍ତିକ ଗବେଷଣାକୁ ଗୁରୁତ୍ୱ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଉଚ୍ଚ କ୍ଷମତାପ୍ରାପ୍ତ ମନ୍ତ୍ରୀସ୍ତରୀୟ ବୈଠକ: କୋଭିଡ-୧୯ର ତଥ୍ୟଭିତ୍ତିକ ଗବେଷଣାକୁ ଗୁରୁତ୍ୱ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଝାରସୁଗୁଡ଼ା: କୋଭିଡ-୧୯ ମୁକାବିଲା ନେଇ ଆଜି ଉଚ୍ଚ କ୍ଷମତାପ୍ରାପ୍ତ ମନ୍ତ୍ରୀସ୍ତରୀୟ ବୈଠକ ଭିଡିଓ କନଫରେନ୍‌ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ଓ ଏହା ଉପରେ ଆଲୋଚନା ହୋଇଥିଲା। ବିଶେଷକରି କୋଭିଡ୍‌-୧୯ର ସମସ୍ତ ତଥ୍ୟଭିତ୍ତିକ ଗବେଷଣାକୁ ଗୁରୁତ୍ୱ ଦେବାକୁ ବୈଠକରେ ଆଲୋଚନା କରାଯିବା ସହିତ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ମନ୍ତ୍ରୀ ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସଂପ୍ରତି ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁଁ ଗ୍ରାମ ପଞ୍ଚାୟତ ସ୍ତରରେ ସମସ୍ୟା ସୃଷ୍ଟି ହୋଇଛି। ଗୋଟିଏ ପଟେ କୋରନା ସଂକ୍ରମଣ ଓ ଅନ୍ୟପଟେ ପ୍ରଚଣ୍ଡ ଗରମ ଯୋଗୁଁ କୋରାନା ସଂକ୍ରମିତଙ୍କ ସହିତ ତିକ୍ତତା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ତେଣୁ କରୋନା ରୋଗୀଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହାନୁଭୁତି ଦେବା ସହିତ କରୋନା ରୋଗ ସହିତ ଲଢ଼େଇ ଜାରି ରଖିବା ନେଇ ଆଲୋଚନା କରାଯାଇଥିଲା।

ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଥିବା ଶିଶୁ ଓ ଗର୍ଭବତୀ ମହିଳାଙ୍କ ଯତ୍ନ ନେବା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା ସହ ଟିକାକରଣ ବ୍ୟବସ୍ଥା କରାଯିବା ଉପରେ ‌ଆଲୋଚନା ହୋଇଥିଲା‌। ଜିଲ୍ଲା ସ୍ତରରେ ରହୁଥିବା କିଶୋର-କିଶୋରୀ ମାନେ ଯେଭଳି ନିର୍ଯ୍ୟାତନାର ଶିକାର ନହେବେ ସେ ନେଇ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ସରକାରୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ‌ଦେବାକୁ ନିଷ୍ପତ୍ତି ହୋଇଥିଲା। ବେସରକାରୀ ଡାକ୍ତରଖାନା ମାନଙ୍କରେ କୋଭିଡ୍‌ ପରୀକ୍ଷା ପାଇଁ ଅନୁମତି ଦିଆଯାଇଥିବାରୁ ସେଠାରେ ଆଟିବିସିଆର୍‌ ମେସିନ୍‌ ଓ କିଟ୍‌ର ବୈଧତାକୁ ବାରମ୍ବାର ଯାଞ୍ଚ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିବା ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe