୧୩ ଓ ୧୪ ତାରିଖରେ ଗ୍ରୀଷ୍ମ ପ୍ରବାହ: ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

ରାଜ୍ୟରେ ଡହ ଡହ ଖରା ସହ ତାତି କଲବଲ କରୁଛି। ଗତ ୩ ରୁ ୪ ଦିନ ହେବ ତାତି ସାମାନ୍ୟ କମ୍ ଥିବା ବେଳେ ସୋମବାରଠାରୁ ପୁଣି ତାତି ବଢ଼ିଛି। ତାତି ବଢୁଥିବା ବେଳେ ହିଟୱେଭ୍ ବା ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି...

ଅଦ୍ୟତନ ହୋଇଛି
Heatwave warning issued by Meteorological Department on 13th and 14th

Heatwave warning issued by Meteorological Department on 13th and 14th Photograph: (sambad.in)

ଭୁବନେଶ୍ବର: ରାଜ୍ୟରେ ଡହ ଡହ ଖରା ସହ ତାତି କଲବଲ କରୁଛି। ଗତ ୩ ରୁ ୪ ଦିନ ହେବ ତାତି ସାମାନ୍ୟ କମ୍ ଥିବା ବେଳେ ସୋମବାରଠାରୁ ପୁଣି  ତାତି ବଢ଼ିଛି। ତାତି ବଢୁଥିବା ବେଳେ ହିଟୱେଭ୍ ବା ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ମାର୍ଚ୍ଚ ୧୩ ଓ ୧୪ ତାରିଖ ଦୁଇଦିନ ପାଇଁ ହିଟୱେଭ୍ ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ   ପଶ୍ଚିମ ଓଡ଼ିଶା ତାତିର ତାଉରେ ଜଳିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନମାନ କରାଯାଇଛି।

ଏହା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ତାତି ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ପ୍ରଦାନ କରିଛନ୍ତି।  

ରାଜ୍ୟର ୬ ଟି ଜିଲ୍ଲା ସମ୍ବଲପୁର, କଳାହାଣ୍ଡି ,ଝାରସୁଗୁଡା ବଲାଙ୍ଗୀର,ବୌଦ୍ଧ ଓ ସୋନପୁରକୁ ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସବୁ ଜିଲ୍ଲାକୁ  ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଏସବୁ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି  ଅତିକ୍ରମ କରିପାରେ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଅଧିକ ପଢ଼ନ୍ତୁ: ୧୦ ବର୍ଷରେ ଗୁଟଖା ଏବଂ ପାନ ମସଲାରୁ ଟିକସ ୬୫୦୦ କୋଟି ଟଙ୍କା ଅତିକ୍ରମ କରିଛି: ମୁଖ୍ୟମନ୍ତ୍ରୀ

ସୋମବାରଠାରୁ ଧୀରେ ଧୀରେ ତାପମାତ୍ରା ବଢିଥିବା ବେଳେ ୫ ଦିନ ଭିତରେ ୩ ରୁ ୪ ଡିଗ୍ରି ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ୭ ଦିନ ଯାଏ ପାଗ ଶୁଖିଲା ରହିବ। ଏପରିକି  ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ  ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍  ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି।

ତାପମାତ୍ରା ବଢିବା ସହ ଖରାର ପ୍ରକୋପ ଅଧିକ ହେବାର ସମ୍ଭାବନାକୁ  ନେଇ ବାହାରକୁ ବାହାରିବା ସମୟରେ ପାଣି ବୋତଲ ସହ ପଗଡି ଭିଡିବା ଛତା ଧରି ଯିବା ଓ ସୂତା କପଡା ପରିଧାନ ସହ ଖରାରୁ ବର୍ତ୍ତିବା ପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ: ଯୌତୁକ ଦାବି ପୂରଣ ହୋଇ ନପାରିବାରୁ ସ୍ତ୍ରୀଙ୍କ ନାକ କାଟିଦେଲେ ସ୍ବାମୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe