Heatwave warning issued by Meteorological Department on 13th and 14th Photograph: (sambad.in)
ଭୁବନେଶ୍ବର: ରାଜ୍ୟରେ ଡହ ଡହ ଖରା ସହ ତାତି କଲବଲ କରୁଛି। ଗତ ୩ ରୁ ୪ ଦିନ ହେବ ତାତି ସାମାନ୍ୟ କମ୍ ଥିବା ବେଳେ ସୋମବାରଠାରୁ ପୁଣି ତାତି ବଢ଼ିଛି। ତାତି ବଢୁଥିବା ବେଳେ ହିଟୱେଭ୍ ବା ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଅଧିକ ପଢ଼ନ୍ତୁ: ୧୦ ବର୍ଷରେ ଗୁଟଖା ଏବଂ ପାନ ମସଲାରୁ ଟିକସ ୬୫୦୦ କୋଟି ଟଙ୍କା ଅତିକ୍ରମ କରିଛି: ମୁଖ୍ୟମନ୍ତ୍ରୀ
ସୋମବାରଠାରୁ ଧୀରେ ଧୀରେ ତାପମାତ୍ରା ବଢିଥିବା ବେଳେ ୫ ଦିନ ଭିତରେ ୩ ରୁ ୪ ଡିଗ୍ରି ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ୭ ଦିନ ଯାଏ ପାଗ ଶୁଖିଲା ରହିବ। ଏପରିକି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି।
ତାପମାତ୍ରା ବଢିବା ସହ ଖରାର ପ୍ରକୋପ ଅଧିକ ହେବାର ସମ୍ଭାବନାକୁ ନେଇ ବାହାରକୁ ବାହାରିବା ସମୟରେ ପାଣି ବୋତଲ ସହ ପଗଡି ଭିଡିବା ଛତା ଧରି ଯିବା ଓ ସୂତା କପଡା ପରିଧାନ ସହ ଖରାରୁ ବର୍ତ୍ତିବା ପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ପ୍ରଦାନ କରାଯାଇଛି ।
ଅଧିକ ପଢ଼ନ୍ତୁ: ଯୌତୁକ ଦାବି ପୂରଣ ହୋଇ ନପାରିବାରୁ ସ୍ତ୍ରୀଙ୍କ ନାକ କାଟିଦେଲେ ସ୍ବାମୀ
Follow Us