କନ୍ଧମାଳରେ ଲେଉଟାଣି ଜାଡ଼

ଫୁଲବାଣୀରେ ପାରଦ ୪.୫, ଘୁ.ଉଦୟଗିରିରେ ତୁଷାରପାତ

କନ୍ଧମାଳରେ ଲେଉଟାଣି ଜାଡ଼

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସମେତ ସମଗ୍ର ଜିଲ୍ଲ‌ାରେ ଶୀତ ପ୍ରକୋପ ପୁଣି ବଢ଼ିଛି। ଦାରିଙ୍ଗବାଡି, ଘୁ.ଉଦୟଗିରି ସମେତ ସମଗ୍ର କନ୍ଧମାଳରେ ଏବେ ପାରଦ ତଳମୁହାଁ ହେବା ଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ସେପଟେ ଆଜି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭.୫ଡିଗ୍ରି ସେଲ୍‌ସିୟସ୍‌ ଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ଆଜି ୪.୫ ଡିଗ୍ରିକୁ ଖସିଥିଲା। ଗତଚାଲି ୫ଡିଗ୍ରି ସେଲ୍‌ସିୟସ୍‌ ଥିଲା। ଫଳରେ ଫୁଲବାଣୀରେ ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି।

publive-image

ସେହିପରି ଜିଲ୍ଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ, କୋଟଗଡ଼, ବେଲଘର, ଘୁ.ଉଦୟଗିରି, ରାଇକିଆ ଆଦି ଅଞ୍ଚଳରେ ମଧ୍ୟ ପୁଣି ପାରଦ ଖସିବାରେ ଲାଗିଛି। ଏସବୁ ସ୍ଥାନରେ ମଧ୍ୟ ତାପମାତ୍ରା ୫ରୁ ୭ ଡିଗ୍ରି ମଧ୍ୟରେ ରହୁଛି। ଏହା ଚଳିତ ବର୍ଷର ଶେଷ ଥଣ୍ଡା ବୋଲି ଲୋକେ କହୁଥିବା ବେଳେ କେହି କେହି ମାଘ ମାସ ଚାଲି ଥିବାରୁ ଆଗକୁ ମାଘ ବୁଡ଼ ଥିବାରୁ ଥଣ୍ଡା ଆହୁରି ବଢ଼ିପାରେ ବୋଲି ମଧ୍ୟ କହୁଛନ୍ତି। ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ ରିଟ୍ରିଟ୍‌ ଫେବ୍ରୁଆରି ୨୮ ଯାଏ ଚାଲିବାକୁ ଥିବାରୁ ଜିଲ୍ଲାକୁ ପର୍ଯ୍ୟଟକମାନେ ଆସିବାରେ ଲାଗିଛନ୍ତି। ତେବେ ଜିଲ୍ଲା ଓ ଜିଲ୍ଲା ବାହାର ପର୍ଯ୍ୟଟକ ଶୀତର ବେଶ୍‌ ମଜା ନେଉଥିବା ଦେଖିବାକୁ ମିଳୁଛି। ଘନ କୁହୁଡ଼ି ସକାଳ ୧୦ଟା ଯାଏ ଢାଙ୍କି ରହୁଛି। ଫଳରେ ସ୍ଥାନେ ସ୍ଥାନେ ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜଳି ବସି ରହୁଥିବା ଦେଖିବାକୁ ମିଳୁଛି। ସଞ୍ଜ ନଇଁଲେ ଥଣ୍ଡାର ପ୍ରକୋପ ବଢିବା ସହ ରାସ୍ତାଘାଟ ଶୁନଶାନ ହୋଇଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe