ଥରୁଛି ଓଡ଼ିଶା

Advertisment

ଫୁଲବାଣୀରେ ୩ ଡିଗ୍ରି

ଫୁଲବାଣୀରେ ୩ ଡିଗ୍ରି

ଥରୁଛି ଓଡ଼ିଶା

Photo by : etemaaddaily.com

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡ଼ିଶା। ୩ ଦିନ ହେଲା ସବୁଠି ପାରଦ ତଳକୁ ଖସିଛି। କୁହୁଡ଼ି ପରିମାଣ ବେଶି ନ ଥିଲେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଦିନ ୧୦ଟା ପର୍ଯ୍ୟନ୍ତ ଲୋକେ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଅଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି ଜଟିଳ ହୋଇପଡ଼ିଛି। ଲୋକେ ନିଆଁ ଜାଳି ଦିପ୍ରହର ଯାଏ ବସି ରହୁଛନ୍ତି। ଭୋର ସମୟରେ ଅଧିକ ଶୀତ ଅନୁଭୂତ ହେଉଛି। ଏଭଳି ସ୍ଥିତି ଆହୁରି ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ତାପମାତ୍ରା ଆହୁରି ଦୁଇ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଉପକୂଳ ଓଡ଼ିଶାର ଆଉ କେତେକ ସ୍ଥାନରେ ପାରଦ ୧୦ ଡିଗ୍ରି ତଳକୁ ଖସିବ। ଦାରିଙ୍ଗବାଡ଼ି, ଫୁଲବାଣୀରେ ତୁଷାରପାତ ହେବାର ବି ସମ୍ଭବନା ରହିଛି।

ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ପରି ଜିଲ୍ଲାରେ ପାରଦ ଆହୁରି ହ୍ରାସ ପାଇପାରେ। ବଙ୍ଗୋପସାଗରରେ ଲଘୁଚାପ ହୋଇଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ନାହିଁ। ତେଣୁ ତାପମାତ୍ରାରେ ସେଭଳି ବଡ଼ ଧରଣର ପରିବର୍ତନ ସମ୍ଭବନା କ୍ଷୀଣ। ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ସ୍ଥିତି ଏଭଳି ରହିବା ପରେ କିଛିଟା ପରିବର୍ତନ ହୋଇପାରେ। ଦିନ ସମୟରେ ତାପମାତ୍ରା ଅତିବେଶିରେ ୨୭ ଡିଗ୍ରି ପର୍ଯ୍ୟନ୍ତ ରହିବ। ସନ୍ଧ୍ୟାରୁ ପ୍ରବଳ ଶୀତ ଅନୁଭୂତ ହେବ।

ଗତ ୨୪ ଘଣ୍ଟାରେ ୧୩ଟି ସହର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଫୁଲବାଣୀରେ ୩.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୪, ସୁନ୍ଦରଗଡ଼ରେ ୭, ହୀରାକୁଦରେ ୭.୨, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୭.୫, କେନ୍ଦୁଝରଗଡ଼ରେ ୭.୯, ସମ୍ବଲପୁରରେ ୮.୮, ସୋନପୁର, ଅନୁଗୁଳ ଓ କୋରାପୁଟରେ ୯, ବାରିପଦାରେ ୯.୨, ବାଲେଶ୍ୱରରେ ୯.୫ ଡିଗ୍ରି ରହିଛି। ବଲାଙ୍ଗିର, ଟିଟିଲାଗଡ଼ ଓ ଢେଙ୍କାନାଳରେ ୧୦ ଡିଗ୍ର୍ରି ଲେଖାଏ ରହିଛି। ଭୁବନେଶ୍ୱରରେ ପାରଦ ୧୦.୪ ଡିଗ୍ରିକୁ ଖସି ଆସିଛି। ଆହୁରି ଖସିବାର ସମ୍ଭାବନା ବି ରହିଛି। କଟକ ଓ ଚାନ୍ଦବାଲିରେ ୧୧, ତାଳଚେରରେ ୧୧.୫, ମାଲକାନଗିରିରେ ୧୩, ପୁରୀରେ ୧୪.୩, ଗୋପାଳପୁରରେ ୧୪.୬ ଡିଗ୍ରି ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe