ଆହୁରି ଥରାଇବ ଶୀତ

Advertisment
ଆହୁରି ଥରାଇବ ଶୀତ

ଭୁବନେଶ୍ୱର : ପୁଣି ଶୀତରେ ଥରିବ ଓଡ଼ିଶା। ଉପକୂଳରୁ ଅଭ୍ୟନ୍ତରୀଣ, ସବୁଠି ପ୍ରବଳ ଥଣ୍ଡା ଅନୁଭୂତ ହେବ। ଅଧିକାଂଶ ସ୍ଥାନରେ ପାରଦ ୫ ଡିଗ୍ରି ତଳକୁ ଖସି ଆସିବ। ଦାରିଙ୍ଗବାଡ଼ିରେ ତୁଷାରପାତ ହୋଇପାରେ। ସପ୍ତାହ ଶେଷ ଆଡ଼କୁ ୧୨ରୁ ୧୫ ସହରର ତାପମାତ୍ରା ୧୦ ଡିଗ୍ର୍ରି ତଳକୁ ଖସି ଆସିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆକଳନ ଅନୁଯାୟୀ ପାଗରେ ବଡ଼ ଧରଣର ପରିବର୍ତନ ହେବ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ କେତେକ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେବ।

ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ପଡ଼ିବ। ଭୁବନେଶ୍ୱର ଓ କଟକ ସହରରେ ବି ତାପମାତ୍ରା ଆହୁରି ଖସିବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ତଳକୁ ଖସିିଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ଥିବା ବେଳେ ସୁନ୍ଦରଗଡ଼ରେ ୮.୫, ହୀରାକୁଦରେ ୯.୧ ଡିଗ୍ରୀ ରେକର୍ଡ କରାଯାଇଛି। ଉପକୂଳ ଓଡ଼ିଶା ବି ଏଥିରୁ ବାଦ୍‌ ପଡ଼ିନି। ବାଲେଶ୍ୱରରେ ୧୧.୯ ଡିଗ୍ରି ଥିବା ବେଳେ କଟକରେ ୧୨, ଭୁବନେଶ୍ୱରରେ ୧୧.୯, ଅନୁଗୁଳରେ ୧୦, ବାରିପଦାରେ ୧୧.୨, ଝାରସୁଗୁଡ଼ାରେ ୧୦.୬, କେନ୍ଦୁଝରଗଡ଼ରେ ୧୦.୪, ସମ୍ବଲପୁରରେ ୧୧.୫, ତାଳଚେରରେ ୧୨.୭, ଭବାନୀପାଟଣାରେ ୧୧, ବଲାଙ୍ଗିରରେ ୧୧.୫, କୋରାପୁଟରେ ୧୧.୫, ସୋନପୁରରେ ୧୧.୪ ଏବଂ ଢେଙ୍କାନାଳରେ ୧୦.୯ ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe