The New Nation
ଭୁବନେଶ୍ବର : ବାୟୁମଣ୍ଡଳର ତଳ ଭାଗରେ ପ୍ରବାହିତ ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ କମିଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ। ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡ଼ି ପଡ଼ିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଗତ ରାତିରେ ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଜି. ଉଦୟଗିରିରେ ୮.୫ ଡିଗ୍ରି, କୋରାପୁଟରେ ୯ ଡିଗ୍ରି ଓ ଫୁଲବାଣୀରେ ୧୦ ଡିଗ୍ରି ରେକର୍ଡ ହୋଇଥିଲା। ସେହିପରି ଭୁବନେଶ୍ବରର ସର୍ବନିମ୍ନ ୧୭.୬ ଡିଗ୍ରି ଓ କଟକରେ ୧୮ଡିଗ୍ରି ରହିଥିଲା। ଅପରପକ୍ଷେ, ଉପକୂଳ ଓଡ଼ିଶାରେ ଗୁରୁଚାପ ପ୍ରଭାବରେ ରବିବାର ରାତି ଓ ସୋମବାର ସକାଳେ ଘନ କୁହୁଡ଼ି ପଡ଼ିଥିଲା। କଟକ ଓ ଭୁବନେଶ୍ବରରେ କୁହୁଡ଼ିର ସାନ୍ଦ୍ରତା ଏତେ ଥିଲା ଯେ ୫୦ମିଟର ଆଗକୁ ଦେଖିବା ସମ୍ଭବ ନଥିଲା। ସେହିଭଳି ଚାନ୍ଦବାଲିରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୬୦ ମିଟର, ପାରାଦ୍ବୀପରେ ୭୫ ମିଟର ଥିଲା। ପୁରୀରେ ମଧ୍ୟମଧରଣର କୁହୁଡ଼ି ପଡ଼ିଥିବା ବେଳେ ଏହାର ଦୃଶ୍ୟମାନ ଦୂରତା ୨୦୦ ମିଟର ଓ ଅନୁଗୁଳରେ ହାଲୁକା କୁହୁଡ଼ି ପଡ଼ିଥିବା ବେଳେ ଦୃଶ୍ୟମାନ ଦୂରତା ୫୦୦ ମିଟର ଥିଲା।
Follow Us