୨୨ ଯାଏ ଉପକୂଳରେ ଘନ କୁହୁଡ଼ି

Advertisment
ବଢ଼ିଲା ତାପମାତ୍ରା, ଶୀତ ଫେରିବା ସମ୍ଭାବନା କମୁଛି

photo by : deccanchronicle.com

ଭୁବନେଶ୍ୱର : ଗତକାଲି ପରି ଆଜି ମଧ୍ୟ ମାଲକାନଗିରିର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା। ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫.୪ ଡିଗ୍ରି ରହିଥିବା ବେଳେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୩୦ ଡିଗ୍ରି ଉପରକୁ ଚାଲିଯାଇଛି। ତାତି ବଢ଼ୁଥିଲେ ମଧ୍ୟ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଘନ କୁହୁଡ଼ି ହେବ। ୨୦୦ ମିଟର ପରେ ରାସ୍ତା ଦୃଶ୍ୟମାନ ହେବ ନାହିଁ। ଏନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ ଅନୁଯାୟୀ ଚଳିତ ମାସ ଶେଷ ସୁଦ୍ଧା ସାରା ଓଡ଼ିଶାରେ ତାପମାତ୍ରା ୩୮ ଡେଇଁବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାର ତାପମାତ୍ରା ଆସନ୍ତା ସପ୍ତାହରୁ ବଢ଼ିବା ଆରମ୍ଭ କରିବ। ପ୍ରତିଦିନର ତାପମାତ୍ରାରେ ଗୋଟିଏ ଦୁଇ ଡିଗ୍ରି ଏପାଖ ସେପାଖ ହେବ। ଗତ ୨୪ ଘଣ୍ଟାରେ ମାଲକାନଗିରି ବ୍ୟତୀତ ବାଲେଶ୍ୱର ଓ ତାଳଚେରରେ ୩୧, ଚାନ୍ଦବାଲିରେ ୩୨, ଭୁବନେଶ୍ୱରରେ ୩୨.୨, ଗୋପାଳପୁରରେ ୩୨.୪, ଅନୁଗୁଳରେ ୩୩.୧, ବାରିପଦାରେ ୩୦.୨, ଝାରସୁଗୁଡ଼ାରେ ୩୧.୮, ସମ୍ବଲପୁରରେ ୩୧.୧, ସୁନ୍ଦରଗଡ଼ରେ ୩୦, ହୀରାକୁଦରେ ୩୧.୯, ଭବାନୀପାଟଣାରେ ୩୦.୫, ବଲାଙ୍ଗିରରେ ୩୧.୭, ସୋନପୁରରେ ୩୩ ଓ ଢ଼େଙ୍କାନାଳରେ ୩୦.୯ ଡିଗ୍ର୍ରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe