ଗୋପାଳପୁର, ପୁରୀ ଦେଇ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ ଅବପାତ

Advertisment
ଗୋପାଳପୁର, ପୁରୀ ଦେଇ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ ଅବପାତ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଶନିବାର ସକାଳ ସୁଦ୍ଧା ଅବପାତର ରୂପ ନେଇବାର ସମ୍ଭାବନା। ସାମୁଦ୍ରିକ ଝଡ଼ ବାତ୍ୟା ଜଓ୍ବାଦ ଆଜି ସନ୍ଧ୍ୟା ୫.୩୦ରେ ଗଭୀର ଅବପାତର ରୂପ ନେଇଛି। ଅବପାତରେ ପରିଣତ ହେବା ପରେ ଶନିବାର ମଧ୍ୟାହ୍ନରେ ପୁରୀରେ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ବାତ୍ୟା ଜଓ୍ବାଦ ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୨୬୦ କିମି ଦୂରରେ ରହିଛି। ଏହା ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୩୩୦କିମି ଦୂରରେ ରହିଛି । ପାରାଦ୍ଵୀପ ଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ ୪୨୦ କିମି ଦୂରରେ ରହିଛି ଜଓ୍ବାଦ। ଜଓ୍ବାଦର ଘଣ୍ଟା ପ୍ରତି ସମୁଦ୍ର ଭିତରେ ୯ କିମି ବେଗରହିଛି । ଏହି ସମୟରେ ପବନର ବେଗ ୪୫ରୁ ୫୫ କିମି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ଏଥି ସହିତ ପବନର ବେଗ ବି କମିବ।

ଗଞ୍ଜାମ, ପୁରୀ ଜିଲ୍ଲାର କିଛି ଅଞ୍ଚଳ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଜଗସିଂହପୁର, ଖୋର୍ଦ୍ଧା ,ଭଦ୍ରକ, କେନ୍ଦ୍ରାପଡ଼ା ସହ ଉପକୂଳ ଜିଲ୍ଲାକୁ ପ୍ରବଳ ବର୍ଷାର ସମ୍ଭାବନା ।  ଗୋପାଳପୁରୁ ସମୁଦ୍ର ଉପକୂଳ ଦେଇ ପୁରୀ ଉପକୂଳ ଓ ଜଗତସିଂହପୁର ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳ ଆଡକୁ ମୁହାଁଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe