ଚାନ୍ଦିପୁରରେ ପ୍ରବଳ ବର୍ଷା

Advertisment

ସାମୁଦ୍ରିକ ବାତ୍ୟା ‘ଦାନା’ର ପ୍ରଭାବ ବାଲେଶ୍ବର ଜିଲ୍ଲା‌ରେ ଦେଖିବାକୁ ମିଳିଛି। ବୁଧବାର ଅପରାହ୍‌ଣ ୩ଟା ସମୟରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିବା ବେଳେ ବାଲେଶ୍ବର ସଦର ସମେତ ଚାନ୍ଦିପୁର ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ର ଅଶାନ୍ତ ରୂପ ଧାରଣ କରିଛି। ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ...

ସାମୁଦ୍ରିକ ବାତ୍ୟା ‘ଦାନା’ର ପ୍ରଭାବ ବାଲେଶ୍ବର ଜିଲ୍ଲା‌ରେ ଦେଖିବାକୁ ମିଳିଛି। ବୁଧବାର ଅପରାହ୍‌ଣ ୩ଟା ସମୟରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିବା ବେଳେ ବାଲେଶ୍ବର ସଦର ସମେତ ଚାନ୍ଦିପୁର ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ର ଅଶାନ୍ତ ରୂପ ଧାରଣ କରିଛି। ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ...

gdjdgggj

ବାଲେଶ୍ବର/ଚାନ୍ଦିପୁର: ସାମୁଦ୍ରିକ ବାତ୍ୟା ‘ଦାନା’ର ପ୍ରଭାବ ବାଲେଶ୍ବର ଜିଲ୍ଲା‌ରେ ଦେଖିବାକୁ ମିଳିଛି। ବୁଧବାର ଅପରାହ୍‌ଣ ୩ଟା ସମୟରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିବା ବେଳେ ବାଲେଶ୍ବର ସଦର ସମେତ ଚାନ୍ଦିପୁର ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ର ଅଶାନ୍ତ ରୂପ ଧାରଣ କରିଛି। ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଛନକା ପଶିଛି।  ବାତ୍ୟା ପରିସ୍ଥିତିକୁ ଦୃଷ୍ଟି‌ରେ ରଖି ଚାନ୍ଦିପୁର ବେଳାଭୂମି ଶୂନଶାନ୍‌ ହୋଇଯାଇଛି। ପରିସ୍ଥିତି ସ୍ବାଭାବିକ ନହେବା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଚାନ୍ଦିପୁର ଆସିବାକୁ ମନା କରାଯାଇଥିବା ବେଳେ ଏହି ଅଞ୍ଚଳରେ ରହିଥିବା ୧୭ଟି ହୋଟେଲ ଓ ପାନ୍ଥନିବାସରୁ ପର୍ଯ୍ୟଟକଙ୍କୁ ଖାଲି କରାଯାଇଛି। ଏଥିସହ ଚାନ୍ଦିପୁର ବେଳାଭୂମିରେ ରହିଥିବା ବିଭିନ୍ନ ଦୋକାନୀମାନଙ୍କୁ ମଧ୍ୟ ସେମାନଙ୍କ ଦୋକାନ ଖୋଲିବାକୁ ପ୍ରଶାସନ ପକ୍ଷରୁ ମନା କରାଯାଇଛି। କୌଣସି ଜରୁରୀ କାମ ନଥିଲେ ବାହାରକୁ ନ ବାହାରିବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ମାଇକ୍‌ ଯୋଗେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାରମ୍ବାର ଘୋଷଣା କରାଯାଉଛି।

ବେଳାଭୂମି ଏବଂ ବିଭିନ୍ନ ଛକ ସ୍ଥାନଗୁଡ଼ିକରେ ପୁଲିସ କର୍ମୀ ନିୟୋଜିତ ହୋଇଥିବା ଦେଖାଯାଇଛି। ସେହିପରି ଚାନ୍ଦିପୁର-ବଳରାମଗଡ଼ି ଅଞ୍ଚଳରେ ହଜାର ହଜାର ମତ୍ସ୍ୟଜୀବୀ ପରିବାର ବସବାସ କରୁଥିବାରୁ ମତ୍ସ୍ୟବିଭାଗ ପକ୍ଷରୁ ସେମାନଙ୍କୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଏଥିସହ ସମୁଦ୍ର ଭିତରକୁ ଟ୍ରଲର, ମୋଟରବୋଟ୍‌ ଏବଂ ଡଙ୍ଗା ଆଦି ନେଇ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ କୂଳକୁ ଫେରାଇ ଅଣାଯାଇଥିବା ଜିଲ୍ଲା ମତ୍ସ୍ୟ ଅଧିକାରୀ ଜିତେନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ସୂଚନା ଥାଉକି, ୨୦୨୧ ମସିହା ‘ୟାସ’ ବାତ୍ୟା ସମୟରେ ଚାନ୍ଦିପୁର ବେଳାଭୂମିରେ ସମୁଦ୍ରର ଉଚ୍ଚ ଜୁଆର ମାଡ଼ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe