Advertisment

ବର୍ଷାରେ ଭାସିଗଲା କଲଭର୍ଟ, ୧୦ ଗାଁକୁ ଯୋଗାଯୋଗ ଛିନ୍ନ

Advertisment
ବର୍ଷାରେ ଭାସିଗଲା କଲଭର୍ଟ, ୧୦ ଗାଁକୁ ଯୋଗାଯୋଗ ଛିନ୍ନ

ତୁମୁଡ଼ିବନ୍ଧ: ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର କୁର୍ତ୍ତମଗଡ଼ ଠାରୁ କରକୁଡୁପା ଭାୟା ଡ଼ାଙ୍ଗେସିଗୁଡ଼ାକୁ ସଂଯୋଗ କରୁଥିବା ରାସ୍ତାରେ ଥିବା କର୍ଲଭର୍ଟ ପୁଣି ଧୋଇ ହୋଇଯାଇଛି। ଫଳରେ ୧୦ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା କଲଭର୍ଟଟି ଜୁଲାଇ ୩୦ ତାରିଖ ବର୍ଷାରେ ଧୋଇ ଯାଇଥିଲା। ଏହାକୁ ହ୍ୟୁମ୍‌ ପାଇପ୍‌ ଓ ବାଲିବସ୍ତା ପକାଇ ଅସ୍ଥାୟୀ କାମ ହୋଇଥିଲା। ଏହା ଦେଇ ଲୋକେ ଯିବା ଆସିବା କରୁଥିଲେ। କିନ୍ତୁ ଆଜି ସକାଳୁ ପୁଣି ଏହି କଲଭର୍ଟ ସମ୍ପୂର୍ଣ୍ଣ ଭାବେ ଭାସି ଯାଇଥିବା ଦେଖିବାକୁ ମିଳିଛି। କୁର୍ତ୍ତମଗଡ଼ ଠାରୁ କରକୁଡୁପା ପଞ୍ଚାୟତର ଡ଼ାଙ୍ଗେସିଗୁଡ଼ା, ସିନ୍ଧିପଙ୍କାଳ, ବଲକି, କପିବିରା, ସିନ୍ଧିବଣ୍ଡାଙ୍ଗୀ, ତଗପଦର, ଗୁଗୁଡ଼ସୁଗା, ଗୁଗୁଡ଼ି ଗାଁକୁ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ରାସ୍ତାରେ ଏବେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଲୋକେ ରାସ୍ତା ପାର ହେବା କଷ୍ଟକର ହୋଇଥିବା ବେଳେ କରକୁଡୁପା ପଞ୍ଚାୟତବାସୀ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe