ମାଲକାନଗିରିରେ ବନ୍ୟା: ପୋଟେରୁ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ, ଆନ୍ଧ୍ର-ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରିରେ ବନ୍ୟା: ପୋଟେରୁ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ, ଆନ୍ଧ୍ର-ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ଜିଲ୍ଲାରେ ସୋମବାର ଠାରୁ ପ୍ରବଳ ବର୍ଷା ହେଉଛି। ମାଲକାନଗିରି ସହର ଠାରୁ ବିଭିନ୍ନ ଗ୍ରାମରେ ଜଳମଗ୍ନ ଦେଖିବାକୁ ମିଳିଛି। ଜିଲ୍ଲାର କେତେକେ ନଦୀ ଓ ନାଳ ଉପରେ ପାଣି ପ୍ରବାହିତ ହେଉଥିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ସ୍ଥ‌ାନରେ ଗାଡ଼ି ଅଟକି ରହିଥିବା ବ‌େଳେ ଲୋକେ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି। ଏଥିସହ ଜିଲ୍ଲାର କେତେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ଅଗ୍ନିଶମ ବାହିନୀ ଗଛ କାଟିବାରେ ଲାଗିଛନ୍ତି। ମାଲକାନଗିରି ସହରର ବିଭିନ୍ନ ସାହିରେ ଘରେ ପାଣି ପଶିଥିବାର ଦୃଶ୍ୟ ସମ୍ମୁଖକୁ ଆସିଛି। ଏଥିସହ ୩୨୬ ନମ୍ବର ଜାତୀୟ ରାଜପଥରେ ରହିଥିବା ବିଭିନ୍ନ ନଦୀରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ଏମଭି-୩୭ ଠାର ନିର୍ମାଣଧୀନ ବ୍ରିଜ ଉପରେ ଚଢ଼ି ବିପଦସଂକୁଳ ଭାବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନ‌େ ନଦୀ ପାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

publive-image

ଲଗାଣ ବର୍ଷା ଯୋଗୁଁ ଫୁଲିଲା ପୋଟେରୁ ନଦୀ, ପୋଟେରୁ ପୋଲ ଉପରେ ୨ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। ୩୨୬ ଜାତୀୟ ରାଜପଥରେ ସନ୍ଧ୍ୟା ୮ ଟାରୁ ଯାନବାହାନ ଚଳାଚଳ ବନ୍ଦ ରହିଛି। ପୋଲ ଉପରେ ପୁଲିସ ମୁତୟନ ଥିବା ବେଳେ ଉଭୟ ପଟେ ଅଟକି ରହିଛି ଅନେକ ଯାନବାହାନ। ମାଲକାନଗିରି- କାଲିମେଳା ମଧ୍ୟରେ ଏହି ପୋଲଟି ରହିଛି। ଏହା ଦ୍ବାରା ମାଲକାନଗିରିରୁ କାଲିମେଳା, ମୋଟ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe