Advertisment

ଲଗାଣ ବର୍ଷାରେ ପାଣି ଘେରରେ ପାପଡାହାଣ୍ଡିର ୩ ସାହି, ୮୧ଟି ଘର ଓ ୧୦ ଦୋକାନରେ ପଶିଲା ବନ୍ୟାଜଳ

Advertisment
ଲଗାଣ ବର୍ଷାରେ ପାଣି ଘେରରେ ପାପଡାହାଣ୍ଡିର ୩ ସାହି, ୮୧ଟି ଘର ଓ ୧୦ ଦୋକାନରେ ପଶିଲା ବନ୍ୟାଜଳ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରେ ଲଗୁଚାପ ଜନିତ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପାପଡାହାଣ୍ଡି ଠାରେ ଗତ ରାତ୍ର ଠାରୁ ଲଗାଣ ବର୍ଷା ଯୋଗୁଁ ୩ ସାହି ପାଣି ଘେରରେ ରହିଛନ୍ତି। ୩ଟି ସାହିର ୮୧ ଟି ଘର ଓ ୧୦ ଟି ଦୋକାନ ଭିତରେ ପଶିଲା ପାଣି। ଦୁଇରୁ ଅଧିକ ଘର ଭାଙ୍ଗିଥିବା ଜଣାପଡିଛି। ଶନିବାର ମଧ୍ୟ ରାତ୍ରରୁ ଅନବରତ ବର୍ଷା ଯୋଗୁଁ ତୁରୀ ନଦୀରେ ଜଳସ୍ତର ବଡିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ବର୍ଷାରେ ହେଲେ ବିଶେଷ କରି ପାପଡାହାଣ୍ଡି ବସଷ୍ଟାଣ୍ଡ ଛକ ନିକଟରେ ଥିବା ହାଠ ପଦା ସାହିରେ ଥିବା ୩୦ ଘର ପାଇକ ସାହିରେ ୨୫ ଘର, ସତାନାମୀସାହିରେ ୨୦ ଘର ଓ ବସଷ୍ଟାଣ୍ଡ ଛକ ନିକଟରେ ରହିଥିବା ୬ ଘର ଘରେ ପାଣି ପୋଷିଛି। ସେହିପରି ବସଷ୍ଟାଣ୍ଡ ନିକଟରେ ରହିଥିବା ୧୦ ଦୋକାନରେ ମଧ୍ୟ ପାଣି ପଶିଛି। କିନ୍ତୁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ଏହି ତିନି ସାହି ବାସିନ୍ଦା ଓ ଦୋକାନ ମାଲିକ । ଗତ ତିନି ବର୍ଷ ପୂର୍ବେ ସିନ୍ଧି ପୋଖରୀ ପାଣି ନିଷ୍କାସନ ନିମନ୍ତେ ଡ୍ରେନ ନିର୍ମାଣ କରାଯାଇଥିଲା। କିନ୍ତୁ ଅଧିକ ବର୍ଷା ହେଲେ ଏହି ଡ୍ରେନ ପାଣି ଲୋକଙ୍କ ଘରେ ଘରେ ପଶିଯାଉଛି।

publive-image

ହାଟପଦାସାହିର ଧାନମତୀ ହରିଜନ, ଯମୁନା ମହାପାତ୍ର, ସୁନୀଲ ବିଷୋୟୀ, ଭୁବନି ହରିଜନ, ବଳରାମ ବିଷୋୟୀ, ଲିଙ୍ଗେଶ ଭତରା, ମାମି ରାଓ, ବିନି କୁମୁଦିନୀ, ପ୍ରଦୀପ ସମୁହାଁ, ଦଶରଥ ଯାନୀ ହରିଜନ ବାଣୀ, ଟୁଲୁ ମହାପାତ୍ର ଘରେ ପାଣି ପୋଶି ଯିବାରୁ ଲୋକଙ୍କ ଘରେ ଆବାସପତ୍ର ଭାସିବାରେ ଲାଗିଛି। ବର୍ତ୍ତମାନ ହାଟପଦାସାହିର ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ପାଇକସାହିରେ ହେମ ମହାନ୍ତି, ବାସୁଦେବ ନାୟକ, ରୁକଣୀ ପାଇକ, ସତାନାମୀସାହିରେ ରଜତ ଖଣ୍ଡପାଣି, କୁର୍ତ୍ତୀ ସତାନାମୀ, ନରେଶ ରାଓ, ଜାନକୀ ସତାନାମୀ, ସତ୍ୟବାନ ସତାନାମୀ, ଚଞ୍ଚଳା ସତାନାମୀ, ରଂଜିତ ସତାନାମୀ, ମନୋଜ ସତନାମୀ ଘରେ ପାଣି ପଶିଯିବାରୁ ଲୋକ ବହୁ ଅସୁବିଧାରେ ରହିଛନ୍ତି। ନାଲପାଣି ବହୁ ଦୋକାନ ଓ ଘରେ ପଶି ଆବାସପତ୍ର ଓ ରାସନ ସାମଗ୍ରୀ ନଷ୍ଟ ହୋଇଥିବା ସହ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସହରର ରାସ୍ତା ପ୍ରଶସ୍ତିକରଣ ପରେ ବସଷ୍ଟାଣ୍ଡ ଛକ ଭବାନୀପାଟଣା ରାସ୍ତା ପଡ଼ରେ ଥିବା ଦୋକାନ ଓ ଘର ଗୁଡିକ ତଳୁଆ ହୋଇଯିବାରୁ ଅସରୀୟା ବର୍ଷା ନାଳ ପାଣିରେ ଘର ଦୋକାନରେ ପାଣି ପଶିଯାଉଛି। ଏହି ବର୍ଷାରେ ଏ. ଜୟଲକ୍ଷ୍ମୀ, ଜଟିଆ ପ୍ରଧାନ, ଏ. ଶ୍ରୀନିବାସ ରାଓଙ୍କ ଘରେ ଓ ଭାଲୁ କପଡ଼ା ଦୋକାନ, ପି. ଭେଙ୍କଟ ରାଓ କପଡ଼ା ଦୋକାନ, ପି. ନାଗେଶ୍ୱର ରାଓ ଚପଲ ଦୋକାନ, ସଂଜୀବ ଅଗ୍ରୱାଲଙ୍କ ହାର୍ଡୱେର, ରଘୁ କିରାନା, ଗୁଡ଼ୁ ଗିଫ୍ଟ ଦୋକାନ, ମୁନା ଫେନସି ଦୋକାନରେ ପଶି ଜିନିଷ ପତ୍ର ନଷ୍ଟ ହୋଇଯାଇଛି। ପାପଡାହାଣ୍ଡି ହାଟପଦା ସାହିର ମାମି ରାଓ, ବଙ୍କା ସାହିର ସୁନୀଲ ବିଷୋୟୀ, ହରିଜନସାହିର ବିଜୟ ହରିଜନ ଘର ଭାଙ୍ଗିଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe