ଭୀଷଣ ବର୍ଷିଲା; ୩୩ ଘଣ୍ଟାରେ ଢେଙ୍କାନାଳରେ ସର୍ବାଧିକ ୧୬୭ମିମି, ବାଲେଶ୍ବରରେ ୧୦୮.୬ମିମି

Advertisment
ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳ ବର୍ଷିବ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେଧୀରେ ଅଧିକ ଘନୀଭୂତ ହୋଇ ଦକ୍ଷିଣ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। ଆସନ୍ତା ୨୪ଘଣ୍ଟାରେ ଏହା ପଶ୍ଚିମଉତ୍ତର-ପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଛତିଶଗଡ଼ ଦେଇ ଗତି କରିବା ସହ ଦୁର୍ବଳ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଫଳରେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି କମିଯିବ। କିନ୍ତୁ ରବିବାର ସକାଳୁ ସୃଷ୍ଟ ଲଘୁଚାପ ପ୍ରଭାବ‌ରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଥିଲା।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ଅବପାତ ପ୍ରଭାବରେ ଉପକୂଳ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଥିଲା। ଗତକାଲି(ଶନିବାର) ସକାଳ ସାଢ଼େ ୮ଟାରୁ ରବିବାର ସଂଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ଏହି ୩୩ ଘଣ୍ଟାରେ ଢେଙ୍କାନାଳରେ ରାଜ୍ୟର ସର୍ବାଧିକ ବର୍ଷା ୧୬୭ ମିମି, ବାଲେଶ୍ବରରେ ୧୦୮.୬ମିମି, ବଲାଙ୍ଗୀରରେ ୧୦୩ ମିମି, ଭୁବନେଶ୍ବରରେ ୫୪ ମିମି ଓ ଦାରିଙ୍ଗବାଡ଼ିରେ ୮୧ ମିମି ଲେଖାଏ ବର୍ଷା ହୋଇଛି। ଏଥିସହ ରାଜ୍ୟର ପ୍ରାୟ ସ୍ଥାନରେ ଗତ ୩୩ ଘଣ୍ଟାରେ ୫୦ ମିମିରୁ ଅଧିକ ବର୍ଷିଯାଇଛି।

publive-image

ପାଣିପାଗ କେନ୍ଦ୍ର କହିଛି ଯେ ଆଜି ବର୍ଷା ପ୍ରଭାବ କମିବ। କିନ୍ତୁ କିଛି ଜିଲ୍ଲାରେ ବର୍ଷା ହେବ। ୧୨ ତାରିଖ ସକାଳ ସାଢ଼େ ୮ଟାରୁ ୧୩ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, କନ୍ଧମାଳ, ସୋନପୁର, ବୌଦ୍ଧ ଓ ଅନୁଗୋଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ଥିବାରୁ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ, ସେପ୍ଟେମ୍ବର ୧୭/୧୮ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe