୪ ତାରଖ ପର୍ଯ୍ୟନ୍ତ ପୁଣି ପ୍ରବଳ ବର୍ଷା; ବେହାଲ ହେବେ ବନ୍ୟା ବିପନ୍ନ

୪ ତାରଖ ପର୍ଯ୍ୟନ୍ତ ପୁଣି ପ୍ରବଳ ବର୍ଷା; ବେହାଲ ହେବେ ବନ୍ୟା ବିପନ୍ନ

ଭୁବନେଶ୍ୱର: ଗତ ସପ୍ତାହରେ ରାଜ୍ୟରେ ହୋଇଯାଇଥିବା ଲଘୁଚାପ ଜନିତ ଅତିପ୍ରବଳ ବର୍ଷା ଫଳରେ ଏବେ ରାଜ୍ୟରେ ବନ୍ୟା ପରିସ୍ଥିତି ଉତ୍କଟ ହୋଇଛି। ରାଜ୍ୟର ୬ଟି ଜିଲ୍ଲାର ଲକ୍ଷାଧିକ ଲୋକ ବନ୍ୟା ବିପନ୍ନ ହୋଇ ପଡ଼ିଛନ୍ତି। ଏବେବି ଶତାଧିକ ଗାଁ ପାଣିଘେରରେ ରହିଛି। ଏପରିସ୍ଥିତିରେ ବର୍ତ୍ତମାନ ଦକ୍ଷିଣ- ପଶ୍ଚିମ ମୌସୁମୀ ସକ୍ରିୟ ଥିବାରୁ ଆଗାମୀ ୪ ଦିନ, ଅର୍ଥାତ୍‌ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛିି।

publive-image SkymateWeather

ଜାରି ସତର୍କ ସୂଚନାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ଅଗଷ୍ଟ ୧ ତାରଖ ଅପରାହ୍ନ ସୁଦ୍ଧା
ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟାଗଡା ଏବଂ ଓଡିଶାର ବାକି ଜିଲ୍ଲାମାନଙ୍କରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ତେବେ, ଏହି ସମୟ ମଧ୍ୟରେ ଉପକୂଳ ଓଡିଶା, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତର ସମ୍ଭାବନା ରହଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

publive-image

ସେହିପରି ଅଗଷ୍ଟ ୨ ତାରିଖରେ ଉପକୂଳ ଓଡ଼ିଶା, ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାମାନଙ୍କର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ତେବେ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ସୟରେ ଉପକୂଳ ଓଡିଶା, ବଲାଙ୍ଗୀର, ସୋନପୁର, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜର ଜିଲ୍ଲାରେ ବଜ୍ରପାତର ସମ୍ଭାବନା ରହିଛି।

ଅଗଷ୍ଟ ୩ ତାରିଖରେ ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ମାଲକାନଗିରି, କୋରାପୁଟ, ରାୟାଗଡା, ସୁନ୍ଦରଗଡ, ଦେଓଗଡ, ସମ୍ବଲପୁର, ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

୪ ତାରିଖରେ ବରଗଡ, ନୂଆପଡା, ଝାରସୁଗୁଡା, ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ ମଧ୍ୟ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe