ପାରାଦୀପରେ ବାଦଲଫଟା ବର୍ଷା

Advertisment

ଘଣ୍ଟାକରେ ବର୍ଷିଲା ୧୦୩ ମିମି, ଗଛ ଭାଙ୍ଗିଲା, ବନ୍ଦର କାରବାର ବାଧାପ୍ରାପ୍ତ

ଘଣ୍ଟାକରେ ବର୍ଷିଲା ୧୦୩ ମିମି, ଗଛ ଭାଙ୍ଗିଲା, ବନ୍ଦର କାରବାର ବାଧାପ୍ରାପ୍ତ

ପାରାଦୀପରେ ବାଦଲଫଟା ବର୍ଷା

ଜଗତସିଂହପୁର : ‘ଜୱାଦ’ର ପ୍ରଭାବ ବନ୍ଦର ନଗରୀ ପାରାଦୀପର ରାସ୍ତାଘାଟ ଛାରଖାର ହୋଇଯାଇଛି। ଘଣ୍ଟାକରେ ବାଦଲଫଟା ବର୍ଷା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଘଣ୍ଟାକ ମଧ୍ୟରେ ୧୦୩ ମିମି ବର୍ଷା ରେକର୍ଡ଼ କରାଯାଇଛି।

ରବିବାର ପୂର୍ବାହ୍ନରେ କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଥିଲା। ମାତ୍ର ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ବର୍ଷା ଛେଚିବାରୁ ଯେପରି ସମସ୍ତଙ୍କ ହୋସ୍ ଉଡ଼ି ଯାଇଥିଲା। ପରେ ବର୍ଷାର ‌ପ୍ରକୋପ ଧୀରେ ଧୀରେ କମିଥିଲା। କେବଳ ପାରାଦୀପ ନୁହେଁ କୁଜଙ୍ଗରେ ୧୧୪ ମିମି, ଏରସମାରେ ୧୮୮ମିମି ଓ ନାଉଗାଁରେ ୧୨୩ ମିମି ବର୍ଷା ରେକର୍ଡ କରାଯାଇଛି। ଅପରାହ୍ନ ୪ଟା ପରେ ବର୍ଷା କମିଯିବାରୁ ଲୋକେ ଆଶ୍ବସ୍ତ ହୋଇଛନ୍ତି। ଅପରାହ୍ନ ୨ଟା ପର୍ଯ୍ୟନ୍ତ ଯଦିଓ ବର୍ଷା ହେଉଥିଲା, ତଥାପି ଏହା ନିୟନ୍ତ୍ରଣାଧୀନ ଥିଲା। ମାତ୍ର ଏହାପରେ ‌ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ଏହା ପୌର କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି। ପାଣି ଜମି ରହିଥିବାରୁ ବିଭିନ୍ନ ବସ୍ତିକୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଛି। ରିପୋର୍ଟ ଲେଖା ହେବା ବେଳକୁ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।

ଆଜି ବନ୍ଦରରେ ସ୍ବାଭାବିକ କାର୍ଯ୍ୟ ଆରମ୍ଭ ହେବ ବୋଲି କର୍ତୃପକ୍ଷ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe