ସେପ୍ଟେମ୍ବର ମାସରେ ବର୍ଷା: ପୁରୀରେ ୮ ଦଶନ୍ଧିର ରେକର୍ଡ ଭାଙ୍ଗିଲା

Advertisment

୪ ଘଣ୍ଟାରେ ସହରରେ ୩୪୧ ମିଲିମିଟର ବର୍ଷା

୪ ଘଣ୍ଟାରେ ସହରରେ ୩୪୧ ମିଲିମିଟର ବର୍ଷା

ସେପ୍ଟେମ୍ବର ମାସରେ ବର୍ଷା: ପୁରୀରେ ୮ ଦଶନ୍ଧିର ରେକର୍ଡ ଭାଙ୍ଗିଲା

ପୁରୀ : ଲଘୁଚାପ ଜନିତ ବର୍ଷାରେ ସହରର ସ୍ଥିତି ବେହାଲ ହୋଇଛି। ଲଗାଣ ବର୍ଷା ଯୋଗୁ ପୁରୀର ତଳିଆ ଅଞ୍ଚଳ‌ରେ ଅଣ୍ଟାଏ ଉଚ୍ଚର ପାଣି ଜମି ରହିଛି। ରବିବାର ସକାଳରୁ ସୋମବାର ସକାଳ ମଧ୍ୟରେ ପୁରୀ ସହରରେ ୩୪୨.୫ ମିଲିମିଟର ବର୍ଷା ହୋଇଛି। ସେପ୍ଟେମ୍ବର ମାସରେ ଏଭଳି ବର୍ଷା ହେବା ୮ ଦଶନ୍ଧିର ରେକର୍ଡ ଭାଙ୍ଗିଛି ବୋଲି କୁହାଯାଉଛି। ସମୁଦ୍ର ବି ଅଶାନ୍ତ ହୋଇଛି। ସମୁଦ୍ର ଜୁଆର ୧ ମିଟର ପର୍ଯ୍ୟନ୍ତ ରହିଥିଲା। ତେଣୁ ମଙ୍ଗଳବାର ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରି ଦିଆଯାଇଛି।

ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ସର୍ବାଧିକ ୫୩୦ ମିଲିମିଟର ବର୍ଷା ହୋଇଥିବାବେଳେ ଏହା ସମଗ୍ର ରାଜ୍ୟରେ ସର୍ବାଧିକ ରହିଛି। ସେହିପରି କାକଟପୁରରେ ୫୨୫, ଗୋପରେ ୩୩୧, ସତ୍ୟବାଦୀରେ ୩୨୮ ଏବଂ ନିମାପଡ଼ାରେ ୩୦୦.୬ ମିଲିମିଟର ବର୍ଷା ହୋଇଛି। ଲଘୁଚାପ ପ୍ରଭାବରେ ହୋଇଥିବା ଲଗାଣ ବର୍ଷାର ପରିମାଣ ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ହିସାବକୁ ନେଲେ ପ୍ରାୟ ୪ଶହ ମିଲିମିଟର ବର୍ଷା ହୋଇଛି। ଏଥିସହ ପୁରୀକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ବର୍ଷା ଯୋଗୁ ବିଭିନ୍ନ ସାହି ଗଳିକନ୍ଦି ଜଳାର୍ଣ୍ଣବ ହେବାରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ୍‌ ବନ୍ଦ ରଖାଯାଇଥିଲା। କିଛି ସ୍ଥାନରେ ଟିକାକରଣ ମଧ୍ୟ ପ୍ରଭାବିତ ହୋଇଛି।

ପୁରୀ ପାଣିପାଗ ଅଧିକାରୀ ହୃଷିକେଶ ପଣ୍ଡା କହିଛନ୍ତି, ଲଗାଣ ବର୍ଷାରେ ୩୪୨.୫ ମିଲିମିଟର ବର୍ଷା କେବଳ ସେପ୍ଟମ୍ବର ମାସର ୮ ଦଶନ୍ଧି ମଧ୍ୟରେ ସର୍ବକାଳୀନ ରେକର୍ଡ ବୋଲି କୁହାଯାଇପାରେ। ଅତୀତରେ ୨୦୧୮ ଅଗଷ୍ଟ ୭ ତାରିଖରେ ୩୯୪ ମିଲିମିଟର ବର୍ଷା ହୋଇଥିଲା ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ, ବର୍ଷା ଜାରି ରହିଥିବାରୁ ଭାର୍ଗବୀ, କୁଶଭଦ୍ରା ନଦୀ ମଧ୍ୟ ଫୁଲିବା ଆରମ୍ଭ ହୋଇଛି। ଅପରାହ୍‌ଣରେ ବର୍ଷା ଛାଡ଼ିନଥିଲେ କିଛିଟା ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe