ଯାଜପୁର: ବର୍ଷାରେ ରାମବାଗ ଛକ ଅବସ୍ଥା ବେହାଲ

ଯାଜପୁର: ବର୍ଷାରେ ରାମବାଗ ଛକ ଅବସ୍ଥା ବେହାଲ

ଦଶରଥପୁର: ଦୁଇଦିନ ହେବ ଝଡ଼ବର୍ଷା ହେଉଥିବାରୁ ଏହର ପ୍ରଭାବରେ ରାମବାଗ ଛକର ଅବସ୍ଥା ବେହାଲ୍ ହୋଇପଡ଼ିଛି। ରାସ୍ତା ଉପରେ ବର୍ଷାଜଳ ଲହଡ଼ି ମାରୁଛି। ଦୂଷିତ ପାଣି ସାଙ୍ଗକୁ ବିଭିନ୍ନ ପାର୍ଶ୍ବରୁ ବହିଆସୁଥିବା ଆବର୍ଜନା ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟିକରୁଛି। ରାସ୍ତା ଦୁଇ ପାର୍ଶ୍ବରେ ଥିବା ଦୋକାନ ବଜାରରୁ ବାହାରୁଥିବା ଆବର୍ଜନା ଦିନଦିନ ପର୍ଯ୍ୟନ୍ତ ପାଣିରେ ଜମିରହୁଛି।

ଜମିରହୁଥିବା ବର୍ଷାପାଣି ନିଷ୍କାସନ କରିବାକୁ ସାଧାରଣରେ ଦାବି ହୋଇଛି। କୁଆଖିଆ-କୟାଁଗୋଲା ୨୦ ନଂ. ଜାତୀୟ ରାଜପଥ ଉପରେ ଥିବା ରାମବାଗ ଛକରେ ଡ୍ରେନେଜ ବ୍ୟବସ୍ଥା କରାଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe