ଶିମିଳିପାଳରେ ପ୍ରବଳ ବର୍ଷା: ୨ ଦିନ ବନ୍ଦ ରହିବ ଅଭୟାରଣ୍ୟ

Advertisment

ମୟୂରଭଞ୍ଜର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ଗୁରୁବାରଠାରୁ ‌କାଳବୈଶାଖୀ ଜନିତ ବର୍ଷା ପବନ ଲାଗିରହିଛି। ଏଥିସହ କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଉ ୨ ଦିନ ଏହି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ମୟୂରଭଞ୍ଜର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ଗୁରୁବାରଠାରୁ ‌କାଳବୈଶାଖୀ ଜନିତ ବର୍ଷା ପବନ ଲାଗିରହିଛି। ଏଥିସହ କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଉ ୨ ଦିନ ଏହି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

sfsfxcc

ବାରିପଦା/ଯଶିପୁର: ମୟୂରଭଞ୍ଜର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ଗୁରୁବାରଠାରୁ ‌କାଳବୈଶାଖୀ ଜନିତ ବର୍ଷା ପବନ ଲାଗିରହିଛି। ଏଥିସହ କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଉ ୨ ଦିନ ଏହି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଶିମିଳିପାଳ ଜାତୀୟ ଉଦ୍ୟାନକୁ ୨ଦିନ ପାଇଁ ବନ୍ଦ ରଖାଯାଇଛି। ୨୨ ଓ ୨୩ ତାରିଖ ଦିନ ଶିମିଳିପାଳ ବନ୍ଦ ରହିବ। ଏହି ସମୟରେ ଅଭୟାରଣ୍ୟ ମଧ୍ୟକୁ କୌଣସି ଗାଡ଼ି ପ୍ରବେଶ କରିବ ନାହିଁ। ପାଣିପାଗକୁ ଦେଖି ୨୩ ତାରିଖ ସନ୍ଧ୍ୟାରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରକାଶଚାନ୍ଦ ଗୋଗିନାନୀ କହିଛନ୍ତି।

ସୂଚନାଯୋଗ୍ୟ; ଗତ ୨ ଦିନ ହେବ ଶିମିଳିପାଳର ଚହଲା, ବରେହିପାଣି, ରାମତୀର୍ଥ, କେନ୍ଦୁମୁଣ୍ଡି, ଠାକୁରମୁଣ୍ଡା, ସାତକୋଶିଆ, ବଡ଼ଗାଁ, ପିଠାବଟା, ନଅଣା ଅଞ୍ଚଳରେ ଯଥାକ୍ରମେ ୩୦.୪ ମିମି, ୫୦.୦୩ ମିମି, ୫୯.୬୯ ମିମି, ୪୬.୯ ମିମି, ୮.୮୯ ମିମି, ୩୦.୩୮ ମିମି, ୨୦.୫୭ ମିମି, ୩୩.୦୨ ମିମି ଓ ୩୭.୩୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳୁ ମଧ୍ୟ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି। ଫଳରେ ଅଭୟାରଣ୍ୟର ଅନେକ ରାସ୍ତାରେ ପାଣି ଜମି ରହିଛି। ଏହି ରାସ୍ତା ମୁଖ୍ୟତଃ ମାଟି ଓ ମୋରମର ହୋଇଥିବାରୁ ପର୍ଯ୍ୟଟକଙ୍କ ଗାଡ଼ି ଏଥିରେ ଫସିଯିବାର ଭୟ ରହିଛି। ଏଥିପାଇଁ ଅଭୟାରଣ୍ୟକୁ ବନ୍ଦ କରିଦେଇଛନ୍ତି କର୍ତ୍ତୃପକ୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe