ପୁଣି ଏକ ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

Advertisment
ପୁଣି ଏକ ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଥାଇଲାଣ୍ଡ ଓ ଦକ୍ଷିଣ ଆଣ୍ଡାମାନ ସାଗର ଏକ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୧୫ ତାରିଖ ସୁଦ୍ଧା ଆଣ୍ଡାମାନ ଉପକୂଳରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଏହା ଅବପାତର ରୂପ ନେଇ ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ୧୮ ତାରିଖ ସନ୍ଧ୍ୟାରେ ଅତିକ୍ରମ କରିବ। ଏହା ମଧ୍ୟ ଅତିକ୍ରମ କରିବା ସମୟରେ ଅବପାତରୁ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ହୋଇପାରେ।

ଏହାର ପ୍ରଭାବରେ ଆନ୍ଧ୍ରରେ ପ୍ରବଳ ବର୍ଷା ଏବଂ ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ବର୍ଷା ହେବ ଏବଂ ଉପକୂଳ ଜିଲ୍ଲା ଗୁଡ଼ିକରେ ମଧ୍ୟ ବର୍ଷା ହେବାର ଅନୁମାନ କରାଯାଉଛି। ଅତିକ୍ରମ କରିବା ସମୟରେ ଚାଳିଶ କିଲୋମିଟରରୁ କମ୍ ବେଗ ରହିବ ବୋଲି ଅନୁମାନ କରିଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶର କେତେକ ସ୍ଥାନରେ ଉଲ୍ଲେଖନୀୟ ପରିମାଣର ବୃଷ୍ଟିପାତ ରେକର୍ଡ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲିର ସକାଳ ସାଢ଼େ ୮ଟାରୁ ଆଜି ସକାଳ ସାଢ଼େ ୮ଟା ମଧ୍ୟରେ   ଓଡ଼ିଶାର ପୁରୀରେ ୧୨ ସେମି, ଗୋପାଳପୁରରେ ୧୨ ସେମି, କେରଳର ଥିରୁବନନ୍ତପୁରମରେ ୮ ସେମି, ପୁନାଲୁର ଏବଂ କୋଚିନରେ ୬ ସେମି ଲେଖାଏଁ, ତାମିଲନାଡୁର କନ୍ୟାକୁମାରୀରେ ୪ ସେମି; ଭାଲପ୍ରାଇରେ ୨ ସେମି, କଡପାରେ ୩ ସେମି, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ କଭାଲିରେ ୬ ସେମି, ନେଲୋର ଏବଂ କଲିଙ୍ଗାପଟନମରେ ୪ ସେମି  ଲେଖାଏଁ, କାକିନାଡା, ଟୁନି ଏବଂ ବିଶାଖାପଟନମରେ ୨ ସେମି  ଲେଖାଏଁ, ଓ  ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକର ଚିତ୍ରାଦୁର୍ଗା ୨ ସେମି ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe