ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ଭଙ୍ଗିଲା ଘରକାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାର

Advertisment
ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ଭଙ୍ଗିଲା ଘରକାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାର

ବୋରିଗୁମ୍ମା: ତିନି ଦିନ ଧରି ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲା ବେହାଲ। କେଉଁଠି ଜଳ ସ୍ତର ବୃଦ୍ଧି ପାଇଛି ତୋ କେଉଁଠି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ଦେଖାଇଛି ପୁରୁଣା କୋଷାଗୁଡା ଗ୍ରାମରେ ସୁନ୍ଦର ବିଶୋଇ ଓ ତାଙ୍କ ପରିବାର ଗତକାଲି ରାତିରେ ଶୋଇଥିବା ସମୟରେ ଘରର କାନ୍ଥ ଭାଙ୍ଗି ଯାଇଥିଲା ସୌଭାଗ୍ୟ ବଶତଃ କାନ୍ଥଟି ବାହାର ପଟ କୁ ପଡିଥିବାରୁ ସୁନ୍ଦରଙ୍କ ପରିବାର ନିଶ୍ଚିତ ମରଣ ମୁଖରୁ ବଞ୍ଚିଯାଇଥିବା ପ୍ରକାଶ କରିଛନ୍ତି ଏବଂ ରାତି ବେଶୀ ହାଇଥିବାରୁ ନିଜ ଦୋକାନ ଘରେ ଆଶ୍ରୟ ନେଇଥିଲେ।

ସେହିପରି ସେହି ଗ୍ରାମର ନିଳାମ୍ବର ବିଶୋଇ ମଧ୍ୟ ରାତିରେ ଶୋଇଥିବା ବେଳେ ନିଜ ଘରେ ଭୁଶୁଡି ପଡିଥିଲା ସେ ମଧ୍ୟ ଅଳ୍ପକେ ବର୍ତିଯାଇଥିଲେ। ସେହିପରି ଅର୍ଜୁନ ଯାନୀ ଏବଂ ସ୍ତ୍ରୀ ଶୋଇଥିବା ସମୟରେ ଘର ଭୁଶୁଡି ପଡିଥିଲା ବର୍ତ୍ତମାନ ପାଲ ତଳେ ରୋଷେଇ କରି ଖାଉଛନ୍ତି। ବୋଡିଗାଁର ଗୁଲାପି ମଣି ନାୟକ ଓ ତାରିଣୀ ନାୟକଙ୍କ ଘରର କାନ୍ଥ ମଧ୍ୟ ଭୁଶୁଡି ପଡିଛି, ସାନ ପିଣ୍ଡାପଦର, ଦୁବୁଲି ଗ୍ରାମରେ ମଧ୍ୟ ଲଗାଣ ବର୍ଷାରେ ଘର ଭୁଶୁଡି ପଡିଛି। ପୁରୁଣା କୋଷଗୁଡା କାନ୍ଥ ଭୁଶୁଡିବା ସମ୍ପର୍କରେ ଗ୍ରାମବାସୀ ଆରଆଇଙ୍କୁ ଫୋନ କଲ କରିଥିଲେ କିନ୍ତୁ ଆରଆଇ କଲ ରିସିଭ କରୁନଥିବା ଅଭିଯୋଗ କରିଛନ୍ତି। ଲଗାଣ ବର୍ଷାରେ ଏ ପର୍ଯ୍ୟନ୍ତ ବୋରିଗୁମ୍ମା ବ୍ଲକରେ ଅନେକ ଚାଷ ଜମିରେ ପାଣି ଜମି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe