Deccan Herald
ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ୩୧ ତାରିଖ ପରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା କମିଯିବ। କେବଳ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ମୌସୁମୀ ବର୍ଷା ହେବ। ଅଗଷ୍ଟରେ ରାଜ୍ୟରେ ସ୍ବଭାବିକ ଭାବେ ୩୫୭ ମିମି ବର୍ଷା ହେବା କଥା। ତେବେ ଏଥର ୧୫ ତାରିଖ ଯାଏ ଓଡ଼ିଶାରେ ମୌସୁମୀ ଦୁର୍ବଳ ରହିବ। ପ୍ରଥମ ୧୦ ଦିନରେ ଉପକୂଳ ଓ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟରେ ହାରାହାରି ୪୦ ମିମି ଓ ୧୧ରୁ ୧୫ ତାରିଖ ମଧ୍ୟରେ ୨୦ ମିମି ବର୍ଷା ହୋଇପାରେ।
Follow Us